ଅମାନିଆ ଲୋକ ମାନଙ୍କ ପାଇଁ କଡ଼ାକଡ଼ି କଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୁତାଣୁ ର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୯ ଘଣ୍ଟିଆ ସଟ ଡାଉନ ଘୋଷଣା କରାଯାଇଛି। ତଥାପି ମଧ୍ୟ କିଛି ଅମାନିଆ ଲୋକ ମାନେ ସଟ ଡାଉନ କୁ ମାନିବାକୁ ନାରାଜ ହଉଛନ୍ତି। ଭଞ୍ଜନଗର ପୋଲିସ ପ୍ରଶାସନ ପକ୍ଷରୁବାଇକ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିଲା ବେଳେ ବିନା କାରଣରେ କିଛି ଲୋକ ସହର ମଧ୍ୟରେ ସାଇକେଲ ଏବଂ ଚାଲି ଚାଲି ବୁଲୁଥିବା ନଜର କୁ ଆସୁଛି ।ଅପରପକ୍ଷରେ ସଟଡାଉନ ସମୟରେ ଘରେ ରହିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲାବେଳେ ବହୁ ଲୋକେ ସକାଳେ ଓ ସନ୍ଧ୍ୟାରେ ନିଜ ଇଚ୍ଛା ଅନୁସାରେ ଚଳପ୍ରଚଳ କରୁଛନ୍ତି ।ତେଣୁ ଏଭଳି ଘଟଣା କୁ ଦୃଷ୍ଟିରେ ରଖି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ସହରର ପ୍ରମୁଖ ୪ଟି ପ୍ରବେଶ ପଥରେ ବ୍ୟାରିକେଡ ନିର୍ମାଣ କରି ପୋଲିସ ଓ ପ୍ରଶାସନ ତରଫରୁ ଚେକିଂ କଡ଼ାକଡ଼ି କରାଯାଇଛି।ବିନା କାରଣ ରେ କିମ୍ବା କାମ ରେ ସହର ମଧ୍ୟ କୁ ଆସୁଥିବା ଲୋକ ମାନକୁ ଫେରିଯିବାକୁ ନିର୍ଦେଶ ଦିଆଯିବା ସହ ସଚେତନ କରାଯାଉଛି ।ନିଜେ ସହର ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ଉପସ୍ଥିତ ରହି ଏହି କାର୍ଯ୍ୟ ତଦାରଖ କରୁଥିବା ବେଳେ ଥାନା ଅଧିକାରୀ ଶ୍ରୀ ସୁଦୀପ୍ତ କୁମାର ସାହୁ ନିଜ ଟିମ ସହ , ତହସିଲଦାର ଶ୍ରୀ ଆଲୋକ କୁମାର ପ୍ରଧାନ , ବିଡ଼ିଓ ଶ୍ରୀ ଅନିଲ କୁମାର ସେଠୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମାନେ ସହରର ବିଭିନ୍ନ ସ୍ଥାନରେ ଚେକିଂ ବ୍ୟବସ୍ଥା ରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ