ଏକ ବର୍ଷ ପାଇଁ ବିଧାୟକ ନିଧିକୁ ସ୍ଥଗିତ ରଖିଲେ ଯୋଗୀ ସରକାର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଯୋଗୀ କ୍ୟାବିନେଟ୍‌ ବୈଠକରେ ଆଜି ବଡ ନିଷ୍ପତ୍ତି ନିଆଯାଇଛି। ଯୋଗୀ କ୍ୟାବିନେଟ୍‌ରେ ଆଜି ଏକ ବର୍ଷ ପାଇଁ ବିଧାୟକ ନିଧିକୁ ସ୍ଥଗିତ ରଖାଯିବା ପାଇଁ ନିଷତ୍ତି କରାଯାଇଛି। ଏତଦ୍‌ବ୍ୟତୀତ ବିଧାୟକଙ୍କ ବେତନ ଭତ୍ତାରେ ମଧ୍ୟ ହ୍ରାସ କରିବା ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଛି। ୩୦ ପ୍ରତିଶତ ହିସାବରେ ଏକ ବର୍ଷ ପର୍ଯ୍ୟନ୍ତ ଏହି ବେତନ ଓ ଭତ୍ତାକୁ ହ୍ରାସ କରାଯିବ ବୋଲି ସୂଚନା ରହିଛି। ଏହି ସମସ୍ତ ଅର୍ଥ କୋଭିଡ୍‌ ଫଣ୍ଡ୍‌ ପାଇଁ ବିନିଯୋଗ ହେବ। ଆଜି ବୈଠକରେ କୋଭିଡ୍‌ ଫଣ୍ଡ୍‌ ପାଇଁ ସମସ୍ତ ଅଧ୍ୟାଦେଶ ପାସ୍‌ ହୋଇଥିବାବେଳେ ଚାରୋଟି ପ୍ରସ୍ତାବ ପାସ୍‌ ହୋଇଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ପୂର୍ବରୁ ଗୁଜୁରାଟ ବିଧାନସଭାରେରେ ମଧ୍ୟ ସମସ୍ତ ସଦସ୍ୟଙ୍କ ଓ ରାଜ୍ୟ ବିଜେପି ସରକାରଙ୍କ ସମସ୍ତ ମନ୍ତ୍ରୀ କୋଭିଡ-୧୯ ମହାମାରୀ ସହ ଲଢେଇ ପାଇଁ ଅର୍ଥ ଯୋଗାଡିବା ପାଇଁ ଏକ ବର୍ଷ ପାଇଁ ବେତନର ୩୦ ପ୍ରତିଶତ ହ୍ରାସ ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କୋର କମିଟି ବୈଠକରେ ଏହି ନିଷ୍ପତ୍ତି ନେଇଥିଲେ ବୋଲି ସରକାରୀ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଉତ୍ତରପ୍ରଦେଶ ସରକାର କରୋନା ଭାଇରସ୍‌ର ପ୍ରସାରକୁ ରୋକିବା ପାଇଁ ୧୫ଟି ଜିଲ୍ଲାରେ କୋଭିଡ୍‌ -୧୯ ହଟସ୍ପଟ୍‌କୁ ପୂରାପୂରି ସିଲ୍‌ କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ଆଦେଶ ଆଜି ରାତ୍ରି ୧୨ଟାରୁଲାଗୁ ହୋଇ ଅପ୍ରେଲ୍‌ ୧୫ ପର୍ଯ୍ୟନ୍ତ ଜାରି ରହିବ। ସିଲ୍‌ ହେବାକୁ ଥିବା ୧୫ଟି ଜିଲ୍ଲା ମଧ୍ୟରେ ଲକ୍ଷ୍ନୌ, ଆଗ୍ରା, ଗାଜିଆବାଦ୍‌, ଗୌତମବୁଦ୍ଧନଗର, କାନପୁର, ବାରାଣାସୀ, ଶାମଲୀ, ମେରଠ, ବେରଲୀ, ବୁଲନ୍ଦସହର, ଫିରୋଜବାଦ, ମହାରାଜଗଞ୍ଜ, ସୀତାପୁର, ସହାରନପୁର, ବସ୍ତି ପ୍ରମୁଖ ସାମିଲ୍‌ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ