ମଣିପାଳ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି କୋଭିଡ୍-୧୯ ହାକାଥନ୍ର ବିଜେତା

ଭୁବନେଶ୍ୱର : ମଣିପାଳ ଏକାଡେମୀ ଅଫ୍ ହାୟର ଏଜୁକେଶନର ମଣିପାଳ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଟିମ୍ ମାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି ଦ୍ୱାରା ଆୟୋଜିତ କୋଭିଡ୍-୧୯ ହାକାଥନ୍ର ବିଜେତା ହୋଇଛି । ବ୍ୟାଚ୍-୧୯ର କମ୍ପ୍ୟୁଟର ସାଇନ୍ସ୍ ଇଞ୍ଜିନିୟରିଂ ଛାତ୍ରୀ ଅକ୍ଷତା କାମାଥ୍, କମ୍ପ୍ୟୁଟର ଏବଂ କମ୍ୟୁନିକେଶନ ଇଞ୍ଜିନିୟରିଂ ଛାତ୍ର ଶୁଭମ୍ ରାଟେରିଆ ଏବଂ ଇଲୋକ୍ଟ୍ରୋନିକ୍ସ୍ ଏବଂ କମ୍ୟୁନିକେଶନ ଇଞ୍ଜିନିୟରିଂ ଛାତ୍ର ଅଧିରାଜ ରମଣ ଆଦି ବିଜେତା ଘୋଷିତ ହୋଇଛନ୍ତି । ୪୮ ଘଂଟା ଧରି ଆୟୋଜିତ ଏହି ପ୍ରତିଯୋଗୀତାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ଏହି ହାକାଥନ୍ରେ ୭୫ରୁ ଅଧିକ ଦେଶ ଏବଂ ୨୫୦ରୁ ଅଧିକ ମେଂଟରର ୧୫୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନେ ୱାଶିଂଟନ ଡିସିର ଏମବିଏର ସୋପାରେଟୋରୀ ଥେରାପିଷ୍ଟ୍ ମେଲିଆ ୱାଟସନ୍, ତାଇୱାନର ଆକ୍ୟୁସେନ୍ସ୍ ବାୟୋମେଡ୍ର ସହପ୍ରତିଷ୍ଠାତା ହିସାଙ୍ଗ୍ ୱି ହୁ ଏବଂ ୟୁକେର ଏମ୍ଡି ମାରିଆନେ ମେଲୋଙ୍କ ସହିତ ମିଳିତ ହୋଇ କରୋନା ଭୂତାଣୁର ସମାଧାନ ପାଇଁ ସମ୍ଭାବ୍ୟ ପଦକ୍ଷେପ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । କିଭଳି ଟେଲି ହେଲଥ୍ ଲୋକଙ୍କୁ ପ୍ରଦାନ କରାଯାଇପାରିବେ ସେନେଇ ହାକାଥନ୍ରେ ଆବଶ୍ୟକ ସମାଧାନ ଉପସ୍ଥାପିତ ହୋଇଥିଲା । କରୋନା ମହାମାରୀରେ ୫୦ ବର୍ଷରୁ କମ୍ ବୟସ୍କ ୫ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ହାକାଥନ୍ରେ କୁହାଯାଇଥିଲା । ଏଠାରେ ହାର୍ଟ ରେଟ୍, ରେସୋପାରେଟୋରୀ ରେଟ୍, ବ୍ଲଡ୍ ଅକ୍ସିଜେନ୍ କନସେନଟ୍ରେଶନ୍ ଆଦି ଫୋନ୍ କ୍ୟାମେରା, ୱେବ୍କ୍ୟାମ୍ ସହାୟତାରେ ଘରେ ବସି କୋଭିଡ୍-୧୯ର ମୁକାବିଲା ସମ୍ପର୍କରେ ସମାଧାନର ପଥ ବିଷୟରେ ଉପସ୍ଥାପନ କରାଯାଇ ଥିଲା । ୨୦୨୦ ଏପ୍ରିଲ୍ ୫ରେ ପ୍ରତିଯୋଗୀମାନେ ପ୍ରଶ୍ନୋତର ଅଧିବେଶନ ପରେ ବିଚାରକ ମଣ୍ଡଳୀ ସମ୍ମୁଖରେ ୩ ମିନିଟ୍ର ପ୍ରମାଣିକ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋକ୍ନୋଲୋଜିର ନିର୍ଦ୍ଦେଶକ ଡ.ଡି. ଶ୍ରୀକାନ୍ତ ରେଡ୍ଡୀ କହିଲେ, କୋଭିଡ୍-୧୯ ହାକାଥନ୍ ଭଳି ସମ୍ମାନଜନକ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କ ପାଇଁ ଆମେ ବେଶ୍ ଗର୍ବିତ । ଛାତ୍ରଛାତ୍ରୀ ଏବଂ ଅନନ୍ୟ ଅଭିନବ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ । ଏଭଳି ଉଦ୍ୟମ ସେମାନେ ଜାରି ରଖନ୍ତୁ ।