ଗଞ୍ଜାମ ବ୍ଳକ ସ୍ୱାସ୍ଥ୍ୟ ଯାଞ୍ଚ ଟିମର କାର୍ଯ୍ୟ ୟ ଅନୁଧ୍ୟାନ କଲେ ବିଡ଼ିଓ

ଗଞ୍ଜାମ:କରୋନା ସଂକ୍ରମଣ ଭୟବତା କୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଠାରୁ ଆରମ୍ବ ହୋଇଥିବା ଘର ଘର ବୁଲି ସ୍ୱାସ୍ଥ୍ୟଯାଞ୍ଚ କରିବା ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଳକ ରେ କାର୍ଯ୍ୟକରି ହୋଇଛି । ଗଞ୍ଜାମ ବ୍ଳକ ରେ ୧୨୬ ଟି ଟିମ ଘର ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝୁଥିବା ବେଳେ ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଏହା କିପରି କାର୍ଯ୍ୟକାରୀ ହେଉଛି ତାହାର ଅନୁଧ୍ୟାନ କରିଛନ୍ତି । ଏହି ସଂକ୍ରମଣ କୁ ପ୍ରତିହିତ କରିବା ପାଇଁ ଗଠିତ ଟିମ ରେ ଆଜି ଅଙ୍ଗନାବାଡ଼ି ଦିଦି, ହେଲପର, ଶିକ୍ଷକ ମାନେ ଘର ଘର ବୁଲି ପରିବାର ଠାରୁ ସ୍ୱାସ୍ଥ୍ୟବସ୍ଥା ଠାରୁ ଆରମ୍ବ କରି ଟ୍ରାଭେଲ ଓ ଆବଶ୍ୟକ ତଥ୍ୟ ସଂଗ୍ରହ କରୁଛନ୍ତି । ଏହା ସହିତ କରୋନା ସଂକ୍ରମଣ ଲକ୍ଷଣ ଅନୁସାରେ ପରିବାର ଯେଉଁ ବ୍ୟକ୍ତି ଙ୍କ ର ଜ୍ଵର, କାଶ, ନିଶ୍ୱାସ ରୁନ୍ଧି ହୋଇଥିବ ସେମାନଙ୍କ ର ତଥ୍ୟ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରିବେ। ଯେଉଁ ଅଞ୍ଚଳ ର ଏପରି ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହୁଅନ୍ତି ସେମାନଙ୍କ ପାଖକୁ ସ୍ୱାସ୍ଥ୍ୟ ଟିମ ପହଁଚି ବିଭିନ୍ନ ପରୀକ୍ଷା ଓ ସ୍କାନ କରିବେ , ଯେଉଁମାନଙ୍କ କରୋନା ଆକ୍ରାନ୍ତ ଭଳି ସନ୍ଦେହ ହେବ ସେମାନ ଙ୍କର ରକ୍ତ ନମୁନା ଟେଷ୍ଟ ପାଇଁ ପଠାଯିବ । ଏହି ପରିପ୍ରେକ୍ଷୀରେ ଆଜି ବିଡ଼ିଓ ରାୟ ହୁମ୍ମା , ସନ୍ତୋଷପୁର, ପୋଇରାଶି ଅଞ୍ଚଳ ବୁଲି ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ