ନିଖୋଜ ଛାତ୍ରକୁ ଉଦ୍ଧାର କଲା ପୋଲିସ
ଗଞ୍ଜାମ:ଗଞ୍ଜାମ ଏନଏସି ଅନ୍ତର୍ଗତ ଜୟଶ୍ରୀ ଷ୍ଟାପ( ବର୍ତ୍ତମାନ ଗ୍ରାସୀମ) କଲୋନୀ ର କେ. ମାଂଗନା ଙ୍କ ପୁଅ କେ. ସାମୁକା ଘରରୁ ହଠାତ ନିଖୋଜ ହେବାପରେ ପୋଲିସ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଥିବା ଦେଖାଯାଇଛି । ସାମୁକା ଆନ୍ଧ୍ରପ୍ରଦେଶ ର ଶ୍ରୀକାକୁଲମ ସ୍ଥିତ ଗାୟତ୍ରୀ ଵିଦ୍ୟା ପୀଠ ଠାରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଲକଡାଉନ ଯୋଗୁ ଘରକୁ ଆଣିଥିଲେ ପରିବାର ଲୋକେ । ଗତକାଲି ମୋବାଇଲ ଦେଖିବା ନେଇ ବାପ ମାଆ ତାଗିତ କରିବାରୁ ହଟାତ ଘର ଛାଡ଼ି କୁଆଡେ ଚାଲିଯାଇଥିଲା। ଏନେଇ ପରିବାର ଲୋକେ କଲୋନୀ ସାରା ଖୋଜିଥିଲେ ବି ପାଇନଥିଲେ । ବର୍ତ୍ତମାନ ଲକଡାଉନ ଯୋଗୁ କଲୋନୀ ଭିତରୁ ବାହାର ଲୋକଙ୍କୁ ଯିବା ଓ କଲୋନୀ ଲୋକ ବାହାରକୁ ଯିବା ନିଷେଧ ରହିବା ସହ ହାଇ ସିକ୍ୟୁରୁଟି ବ୍ୟବସ୍ଥା ଥିବାରୁ ଏହାର କୌଣସି ଖବର ନ ମିଳିବାରୁ ପରିବାର ଲୋକେ ପୂର୍ବତନ କାଉନସିଲର ଡି .କେ. ରାଓ ଙ୍ କୁଜଣାଇଥିଲେ । ପରେ ସେମାନେ ଗଞ୍ଜାମ ଥାନାରେ ଏତଲା ଦେବା ପରେ ଆଇଆଇସି ଦିଲ୍ଲୀପ କୁମାର ସାହୁ ନିଖୋଜ ଛାତ୍ର ର ଫୋଟ କୁ ବିଭିନ୍ନ ଥାନାକୁ ପଠାଇବା ସହ ଏକ ପୋଲିସ ଟିମ ଗଠନ କରି ବିଭିନ ସ୍ଥାନ ରେ ଖୋଜାଖୋଜି କରିଥିଲେ । ଅନ୍ୟପଟେ ପୂର୍ବତନ କାଉନସିଲର ରାଓ ଙ୍କ ଅନୁରୋଧ କ୍ରମେ ସ୍ୱେଚ୍ଛାସେବୀ ବସନ୍ତ ସାହୁ, ସାମାରେଡି, ଜ୍ଞାନ ସାହୁ ସେମାନେ ଭି ବିଭିନ୍ନ ଅଞ୍ଚଳ ବୁଲି ଖୋଜାଖୋଜି କରିଥିବା ବେଳେ ରାଓ ଓ ତାର ବାପା ମଧ୍ୟ ପୃଥକ ଭବେ ବୁଲି ଖୋଜିଥିଲେ ।।
ରାତ୍ର ପ୍ରାୟ ଦୁଇ ଘଣ୍ଟ ସମୟ ରେ ଚମାଖଣ୍ଡି ପୋଲିସ ପିଲାଟି ଚାଲି ଚାଲି ଜାତୀୟ ରାଜପଥରେ ଯାଉଥିବାର ଦେଖି ଉଦ୍ଧାର କରିବା ସହ ଗଞ୍ଜାମ ପୋଲିସି ଷ୍ଟେସନ କୁ ଖବର ଦେଇଥିଲେ । ପରେ ପରିବାର ଲୋକେ ଗଂଜାମ ପୋଲିସ ଉପସ୍ଥିତି ରେ ନିଜ ପୁଅକୁ ଆଣିଥିଲେ ।