ସରାମ୍ବୋ ସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟ ଜୀବନ ସେବାଶ୍ରମରେ ଦେବ ଦମ୍ଫତି ଙ୍କ ବିବାହ ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍):ଜଗତସିଂହପୁର ବ୍ଳକ ଅନ୍ତର୍ଗତ ସରାମ୍ବୋସ୍ଥିତ ମା ସିଦ୍ଧିଦାତ୍ରୀ ଦିବ୍ୟଜୀବନ ସେବାଶ୍ରମରେ ଶୁକ୍ରବାର ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଦେବ ସମ୍ଫତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ମନ୍ଦିର ପରିସରରେ ମା ପାର୍ବତୀଙ୍କର ମଙ୍ଗନକାର୍ଯ୍ୟ କରାଯାଇଥିଲା । ବରଧରା ଭାବେ ଅଭିରାମ ସ୍ୱାଇଁ ବେରୁହାଁସ୍ଥିତ ମା ଚମ୍ପେଶ୍ୱର ମନ୍ଦିର କୁ ଯାଇଥିଲେ । ସେଠାରେ ଯଥା ରିତି ପୂର୍ବକ ବରଧରା ପହଂଚିବା ପରେ ପୂଜାର୍ଚ୍ଚନା କରାଯାଇ ଥିଲା । ସଂଧ୍ୟାରେ ସେଠାରୁ ବର ବାହାରି ବାଣ ରୋଷଣୀ ଆଦି ପ୍ରୋସେସନ କରି ମା ସିଦ୍ଧିଦାତ୍ରୀ ମନ୍ଦିର ପରିସରକୁ ଅସାିଥିଲେ । ମନ୍ଦିର ପରିସରରେ ବର କୁ ବାଟ ବରଣ କରିବା ପରେ ଠାକୁର ଙ୍କୁ ମନ୍ଦିର ପରିସରକୁ ପାଛୋଟି ନିଆଯାଇଥିଲା । ସେଠାରେ କନ୍ୟାପିତା ଭାବେ ସତ୍ୟ ବ୍ରତ ନାୟକ ଓ ବରପିତା ଭାବେ ପ୍ରଶାନ୍ତ କୁମାର ସାହୁ ମହାଦେବ ନାଗେଶ୍ୱର ଓ ମାତା ପାର୍ବତୀ ଙ୍କୁ ବିବାହ କରିଥିଲେ । ଦେବ ଦମ୍ଫତି ଙ୍କର ଏହି ବିବାହ କାର୍ଯ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କର ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ପ୍ରତିଷ୍ଟାଥା ସ୍ୱାମୀ ଗୋକୁଳାନନ୍ଦ ସରସ୍ୱତୀ,ସଂପାଦକ ଅକ୍ଷୟ ମିଶ୍ର ଓ ଆଶ୍ରମର ସମସ୍ତ ଶ୍ରଦ୍ଧାଳୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ