ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ଦେଲେ ୨୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର କରୋନାର ମୁକାବିଲାକୁ ନେଇ ସରକାରଙ୍କ ପକ୍ଷରୁ ସାରାଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି।ଫଳରେ ଏଭଳି ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଯାଇ ଦେଶର ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି , ଶିଳ୍ପ ସଂସ୍ଥା , ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଗଠନ ସହାୟତାର ହାତ ବଢ଼ାଇଚାଲିଛନ୍ତି ।ଏହି କର୍ମ ରେ ଆଜି ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ର ସମସ୍ତ କର୍ମଚାରୀ ଗୋଟିଏ ଦିନର ଦରମା ସର୍ବମୋଟ ୨୦ହଜାର ୨୧୦ଟଙ୍କାର ଚେକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀରାଜେନ୍ଦ୍ର ମିଞ୍ଜଙ୍କ ମାଧ୍ୟମରେ ବଜାର କମିଟି ର ସମ୍ପାଦକ ଶ୍ରୀ ଦୀନବନ୍ଧୁ ଗୌଡ଼ ପ୍ରଦାନ କରିଛନ୍ତି।