ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ମନା

ତେଲେଙ୍ଗାନା : ଚୀନ୍‌ର ବୁହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଏବେ ସାରା ବିଶ୍ବକୁ କବଳିତ କରିଛି । ଭାରତରେ ବି ଏହି କରୋନା ତା’ର ପ୍ରକୋପ ଜାରି ରଖିଛି ।ଭାରତରେ ଏହି କରୋନା ଯୋଗୁଁ ୧୯୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଛଅ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି । ତେଲେଙ୍ଗାନାରେ ମଧ୍ୟ ଏହି ଭାଇରସ୍‌ କବଳରୁ ବର୍ତ୍ତି ପାରିନାହିଁ । ଗୁରୁବାର ଦିନ ତେଲେଙ୍ଗାନାରେ ୧୮ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ୧୨ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଭାଇରସ୍‌କୁ ଦୃଷ୍ଟିରେ ରକି ହାଇଦ୍ରାବାଦଠାରେ ସାର୍ବଜନିକ ସ୍ଥାନରେ ଛେପ ପକାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ହାଇଦ୍ରାବାଦ ପୋଲିସ୍‌ କମିଶନର ଆଇପିଏସ୍‌ ଅଞ୍ଜନୀ କୁମାର ଏହାକୁ ନେଇ ଟୁଇଟ୍‌ କରିଛନ୍ତି । ସଂକ୍ରାମକ ବେମାରୀ କୋଭିଡ୍‌ -୧୯କୁ ନଜରରେ ରଖି ସାର୍ବଜନୀନ ସ୍ଥାନ ଉପରେ ଛେପ ପକାଇବା ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଏହି ନିୟମକୁ ଯଦି କେହି ଉଲ୍ଲଂଘନ କରନ୍ତି ତେବେ ୟୁ/ଏସ୍‌ ୧୮୮ ଆଇପିଏସ୍‌ ଓ ୨୬୯ ଆଇପିସି ଅନ୍ତର୍ଗତ ଦଣ୍ଡ ବିଧାନ କରାଯିବ। ଫଟୋଗ୍ରାଫି, ଭିଡିଓଗ୍ରାଫି, ସିସିଟିଭି ଫୁଟେଜ୍‌ ଅବା ସାକ୍ଷୀଙ୍କ ଆଧାରରେ ଏହି ଅପରାଧକୁ ବିବେଚନା କରାଯିବ ।
ତେଲେଙ୍ଗାନାର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେନ୍ଦ୍ରଙ୍କ କହିବାନୁସାରେ ଯଦି ତବଲିଗି ଜମାତ ହୋଇନଥାନ୍ତା ତେବେ ତେଲେଙ୍ଗାନାରେ କରୋନା କବଳରୁ ମୁକ୍ତ ହୋଇପାରିଥାନ୍ତା । ରାଜ୍ୟରେ କୌଣସି ପ୍ରକାରର ଗୋଷ୍ଠୀ ସଂକ୍ରମଣର ମାମଲା ଆସିନାହିଁ ବୋଲି କହିଛନ୍ତି ।ସେହିପରି ରାଜ୍ୟରେ ୧୨ଟି କ୍ଲଷ୍ଟର ରହିଛି । ଏହି କ୍ଷେତ୍ରରେ ଜନସଂଖ୍ୟାର ଘନତ୍ବ ସବୁଠୁ ଅଧିକ । ଏହି ଅଞ୍ଚଳଗୁଡିକ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ସେହିପରି ପ୍ରଧାନମନ୍ତ୍ରୀଙ୍କ ସହ ୧୧ତାରିଖ ଦିନ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ ଲକ୍‌ ଡାଉନ୍‌କୁ ନେଇ କିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ