ଫାନି ପ୍ରଭାବିତ କୃଷକଙ୍କୁ କୃଷି ସାମଗ୍ରୀ ବଣ୍ଟନ
ପୁରୀ (ଜୁଗାବ୍ଦ ନ୍ୟୁଜ୍): ବାତ୍ୟା ଫାନି ପ୍ରଭାବିତ ସତ୍ୟବାଦୀ ବ୍ଲକ୍ ସଦାନନ୍ଦପୁର ଗ୍ରାମର ୩୭୦ ଜଣ କୃଷକଙ୍କୁ ମାଗଣାରେ ଶନିବାର କୃଷି ସାମଗ୍ରୀ ବିତରଣ କରାଯାଇଛି । ପ୍ରାମାଣିକ ଧାନ ବିହନ, ସାର, କୀଟନାଶକ, ନଡ଼ିଆ ଓ କଦଳୀ ଚାରା ସହିତ ପନିପରିବା ମଞ୍ଜି ଯୋଗାଇ ଦିଆଯାଇଛି । ଭାରତ ସରକାରଙ୍କ ସାର, ରସାୟନ ଓ କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର ଉତ୍ପାଦକ କମ୍ପାନୀ ଏହି ସାମଗ୍ରୀ ଯୋଗାଇ ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଫଟିଲାଇଜର ସଚିବ ଛବିଳେନ୍ଦ୍ର ରାଉଲ ଉପସ୍ଥିତ ରହି କୃଷକମାନେ ମନୋବଳ ଟାଣ ରଖିବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ ନିକଟରେ ଉପଲବ୍ଧ ସମସ୍ତ ସହାୟତା ଯେପରି ପ୍ରଭାବିତ ଚାଷୀଙ୍କ ନିବକଟରେ ପହଞ୍ଚି ପାରିବ ସେଥିପାଇଁ ସରକାରଙ୍କ ବିଭିନ୍ନ ବିଭାଗର ତତ୍ପରତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ତାଳଚେର ସାର କାରଖାନା ପୁନଃ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ସଚିବ ରାଉଲ ସୂଚନା ଦେଇଛନ୍ତି । ରାଜ୍ୟ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଓୟୁଏଟିର ଭାଇରସ୍ ଚାନ୍ସେଲର ପୱନ ଅଗ୍ରୱାଲ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


