ଦେଶରେ ଅଛି ୩.୨୮ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଟାବଲେଟ୍

ନୂଆଦିଲ୍ଲୀ: ଭାରତ ପାଖରେ ଆବଶ୍ୟକତାଠାରୁ ୩ ଗୁଣ ଅଧିକ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଗଚ୍ଛିତ ଅଛି । ଭାରତରେ ଏବେ ପ୍ରାୟ ୩.୨୮ କୋଟି ମ୍ୟାଲେରିଆ ଟ୍ୟାବଲେଟ ଅଛି । ସମ୍ପୂର୍ଣ୍ଣ ଏକ ମାସର ଆବଶ୍ୟକତାକୁ ଏହା ପୂରଣ କରିପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଭାରତରେ ଗଚ୍ଛିତ ଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ଭଲ ଭାବେ ଆକଳନ କରିବା ପରେ ବିଦେଶକୁ ଔଷଧ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଭାରତରେ ଗଚ୍ଛିତ ଥିବା ଅତିରିକ୍ତ ଔଷଧକୁ ବିଦେଶକୁ ରପ୍ତାନୀ ପାଇଁ ଗୋଷ୍ଠୀ ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି କହିଛନ୍ତି । ଆଗାମୀ ଦିନରେ ଆମକୁ ଘରୋଇ ବ୍ୟବହାର ପାଇଁ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଆବଶ୍ୟକ ପଡ଼ିବ । କିନ୍ତୁ ଆମ ପାଖରେ ୩.୨୮ କୋଟିରୁ ଅଧିକ ଟାବଲେଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ