ସ୍କୁଲରେ ସଂଗ୍ରହ ହେଉଛି ସ୍ବାବ୍‌ ନମୁନା

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ସରକାର ଏନେଇ ବେଶ୍‌ ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛନ୍ତି । ଅଧିକ ସଂଖ୍ୟକ କୋଭିଡ୍‌ ପରୀକ୍ଷା କରିବା ଉପରେ ସରକାର ଜୋର୍‌ ଦେଇଛନ୍ତି । ଏହି କ୍ରମରେ କୋଭିଡ୍‌ -୧୯ ଟେଷ୍ଟ ପାଇଁ ସ୍କୁଲରେ ସ୍ବାବ ନମୁନା ସଂଗ୍ରହ କରାଯାଉଛି । ରାଜଧାନୀର ପାଞ୍ଚୋଟି ସ୍କୁଲରେ ହେଉଛି ସ୍ବାବ ନମୁନା ସଂଗ୍ରହ । ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରୁଛନ୍ତି ମେଡ଼ିକାଲ୍‌ ଟିମ୍‌ । ଆସନ୍ତା ୧୭ ତାରିଖ ଯାଏଁ ମେଡ଼ିକାଲ ଟିମ୍‌ର ନମୁନା ସଂଗ୍ରହ ଓ ଟେଷ୍ଟ ଚାଲିବ । ସକାଳ ୯ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟାରୁ ୫ଟା ଯାଏଁ କରୋନା ସନ୍ଦିଗ୍ଧଙ୍କଠାରୁ ନମୁନା ସଂଗ୍ରହ କରାଯିବ। ଭୁବନେଶ୍ୱରରେ ୪୦୦୦ ଟେଷ୍ଟ୍ କିଟ୍ ପହଞ୍ଚିବା ପରେ ଏହି ପଦକ୍ଷେପ ନିଆଯାଇଛି। ବିଶେଷ କରି ଯେଉଁମାନେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ, ସେମାନଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ଟେଷ୍ଟ୍ କରାଯିବ। ଭୁବନେଶ୍ବରର ଝାରପଡ଼ା ପ୍ରାଥମିକ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର ସରକାରୀ ହାଇସ୍କୁଲ, ସହିଦ ନଗର ସରକାରୀ ହାଇସ୍କୁଲ, ଗଣ୍ଡମୁଣ୍ଡା ୟୁଜି ହାଇସ୍କୁଲ ଓ ନୟାପଲ୍ଲୀ ମମତାଜ ଅଲୀ ହାଇସ୍କୁଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୫୦ରେ ପହଞ୍ଚିଛି । ଗତକାଲି ୨୯୮ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨ଜଣ ପିଜିଟିଭ୍‌ ଚିହ୍ନଟ ହୋଇଥିଲେ । ତେବେ ୫୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ୩୭ଜଣଙ୍କର ଚିକିତ୍ସା ଚାଲିଛି । ବର୍ତ୍ତମାନ ସୁଦ୍ଧା ୩୫୪୭ ନମୁନା ପରୀକ୍ଷଣ କରାଯାଇଥିବାବେଳେ ୩୪୯୭ ନେଗେଟିଭ୍‌ ବାହାରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ