କରୋନା : ଆଗରେ ଥିବା କେରଳ ଏବେ ପଛରେ
ଭୁବନେଶ୍ୱର : କରୋନା ମୁକାବିଲାରେ କେରଳ ସଫଳ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏକଦା ଦେଶର ସର୍ବାଧିକ ସଂକ୍ରମିତ କେରଳରେ ହିଁ ଥିଲେ । କିନ୍ତୁ କେରଳ ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ବହୁ ପଛକୁ ପଳାଇଛି । କେରଳ ଏବେ ୧୦ମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୧୭ତମ ସ୍ଥାନରେ ରହିଛି । ଏବେ ମହାରାଷ୍ଟ୍ରରେ ସର୍ବାଧିକ ୧୫୭୪ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ତାମିଲନାଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ତାମିଲନାଡ଼ୁରେ ୯୧୧ ସଂକ୍ରମିତ ଅଛନ୍ତି । ସେହିପରି ଦିଲ୍ଲୀରେ ୯୦୩, ରାଜସ୍ଥାନରେ ୫୭୯, ତେଲେଙ୍ଗାନା ୪୮୭, ମଧ୍ୟପ୍ରଦେଶରେ ୪୫୧, ଉତରପ୍ରଦେଶରେ ୪୩୩, ଗୁଜୁରାଟରେ ୪୩୨, ଆନ୍ଧ୍ରପ୍ରଦେଶରେ ୩୮୧, କେରଳରେ ୩୬୪ ସଂକ୍ରମିତ ଅଛନ୍ତି । ଅପରପକ୍ଷରେ ଜାମ୍ମୁକାଶ୍ମୀର ଓ କର୍ଣ୍ଣାଟକରେ ୨୦୭ ଜଣ ଲେଖାଏଁ ସଂକ୍ରମିତ ଅଛନ୍ତି । ହରିୟାଣାରେ ୧୭୬, ପଞ୍ଜାବରେ ୧୫୧, ପଶ୍ଚିମବଙ୍ଗରେ ୧୧୬ ଜଣ ସଂକ୍ରମିତ ଥିବାବେଳେ ଓଡ଼ିଶାରେ ୫୦ ଜଣ ସଂକ୍ରମିତ ଅଛନ୍ତି ।


