ପିଡିଏସ୍ ସାମଗ୍ରୀ, ସହାୟତା ରାଶି ବଣ୍ଟନରେ ସହଯୋଗ କଲା ସେଚ୍ଛାସେବୀ ସଙ୍ଗଠନ
ବନ୍ତ,(ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିପେକ୍ଷୀରେ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର ସେଚ୍ଛାସେବୀ ମାନେ ସଚେତନତା କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରୁଥିବାର ଦେଖାଯାଇଛି । ବଡବର୍ଚ୍ଚିକୟାଁ ପଞ୍ଚାୟତରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀ, ସରପଞ୍ଚ ବିଷ୍ଣୁ ମୋହନ ଯେନା, ପି.ଏ.ଜି ଅକ୍ଷୟ ପଣ୍ଡା ପ୍ରମୁଖ ନିର୍ମାଣ ଶ୍ରମିକ ମାନଙ୍କୁ ଘର ଘର ବୁଲି ୧୫ ଶହ ଟଙ୍କା ଲେଖାଏ ବଣ୍ଟନ କରିଛନ୍ତି । ଏଥିରେ ସି.ଏଫ.ଡବ୍ଲ୍ୟୁ.ଏସ୍.ଡିର କାର୍ଯ୍ୟକାରୀ ସଂପାଦକ ନୃସିଂହ ମହାନ୍ତି, ଆଇନଜୀବି ବସନ୍ତ ଖିଲାର ସହଯୋଗ କରିବା ସହ ଲୋକ ମାନଙ୍କୁ କରୋନା ସଂପର୍କରେ ସଚେତନ କରାଇଛନ୍ତି । ବଡମହିଷଗୋଠ ପଞ୍ଚାୟତରେ ପିଡିଏସ୍ ସାମଗ୍ରୀ ଓ ସହାୟତା ରାଶି ବଣ୍ଟନ ବେଳେ ଟି.ଅଜୟ କୁମାର, ସତ୍ୟଭାମା କର, ବିଟିପୁର ପଞ୍ଚାୟତରେ ଜଗନ୍ନାଥ ପୁହାଣ, ପୁରୁଷଣ୍ଢ ପଞ୍ଚାୟତରେ ରବିନ୍ଦ୍ର ଯେନା, ପ୍ରଦ୍ୟୁମ୍ନ ପୁହାଣ ପ୍ରମୁଖ ମାକ୍ସ ପିନ୍ଧିବା, ସାବୁନରେ ହାତ ଧୋଇବା ବିଷୟରେ ଲୋକ ମାନଙ୍କୁ ସଚେତନ କରାଇଛନ୍ତି ।


