୨୧୭ ଜଣ ନିର୍ମାଣ ଶ୍ରମିକଙ୍କୁ ମିଳିଲା ସହାୟତା ରାଶି

ବନ୍ତ,(ଚାନ୍ଦିନୀ ମହାନ୍ତି) : ରାଜ୍ୟ ସରକାର କରୋନା ଲକ୍ ଡାଉନ୍ ପାଇଁ ବେରୋଜଗାରୀ ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏହି ଅବସରରେ ରବିବାର ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ୨୧୭ ଜଣ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ ଅଶୋକ କୁମାର ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ପଣ୍ଡା, ଜି.ଆର.ଏସ୍ ପ୍ରଦୀପ କୁମାର ବିଶ୍ୱାଳ ଘର ଘର ବୁଲି ଏହି ଅର୍ଥ ରାଶି ପ୍ରଦାନ କରୁଥିବାର ଦେଖାଯାଇଛି । ସହାୟତା ରାଶି ପ୍ରଦାନ ସମୟରେ ସାମାଜିକ ଦୂରତା ରକ୍ଷା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ