କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ)- କରୋନା ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି । ଖାଦ୍ୟ ସୁରକ୍ଷା ଯୋଜନାରେ ଆଜି ସୁଦ୍ଧା ଜିଲ୍ଲାର ୧୦ଲକ୍ଷ ୪୫ହଜାର ୧୪୫ ହିତାଧିକାରୀଙ୍କୁ ଏକକାଳିନ ୩ମାସର ଚାଉଳ ବଂଟନ କରାଯାଇଛି । ବିଦେଶରୁ ଆସିଥିବା ଜିଲ୍ଲାର ୫୮୯ଜଣ ପଞ୍ଜିକୃତ ହୋଇଥିବା ବେଳେ ରାଜ୍ୟ ବାହାରୁ ଆସିଥିବା ୮ହଜାର ୮୯୦ଜଣ ଙ୍କୁ ଆଜି ସୁଦ୍ଧା ପଞ୍ଜିକୃତ କରାଯାଇଛି । ତାଲାବନ୍ଦ ଆଇନ ଉଲ୍ଲଙ୍ଘନ କରିଥିବାରୁ ୧୩୧ଜଣ ଅଭିଯୁକ୍ତଙ୍କ ନାମରେ ୭୭ଟି ମାମଲା ରୁଜୁ କରାଯାଇ ୬୬ଟି ବାଇକ, ୧୦ଟି ଚାରି ଚକିଆ ଓ ୨ଟି ଅଟୋରିକ୍ସା ଜବତ କରାଯିବା ସହ ୬୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଚଂଳର ୩୭୭ଜଣ ପଞ୍ଜିକୃତ ରାସ୍ତାକଡ ଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାର ୪୮ହଜାର ୨୪୫ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୧୫ଶହ ଟଙ୍କା ଲେଖାଁଏ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ