ମେରୁଯାତ୍ରାରେ କଟକଣା ସହ ଉନ୍ନୟନ କାର୍ଜ୍ୟ ନୀତି ନିର୍ଦ୍ଧାରଣ ପାଇଁ କମିଟି : ଜିଲ୍ଲା ପ୍ରଶାସନ ଗଞ୍ଜାମ

ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ମେରୁ ସଂକ୍ରାନ୍ତି ଅବସରରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଯାତ୍ରାକୁ ଜିଲ୍ଲା ପ୍ରଶାସନ ନିଷେଧ କରିଛନ୍ତି । ଜନ ଗହଳିରୁ ଲୋକଙ୍କୁ ଦୂରେଇ ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ମର୍ମରେ ନିର୍ଦ୍ଦେଶ ଜାରି କରିଛନ୍ତି । ବିଧି ମୁତାବକ ପୂଜକ ପୂଜାକାର‌୍ୟ୍ୟ ତୁଲାଇବେ । କୌଣସି ବାହାର ବ୍ୟକ୍ତି ଏଥିରେ ସାମିଲ ହେବେ ନାହିଁ । ନିର୍ଦ୍ଦେଶ ଅବମାନନା କଲେ ପୋଲିସ୍ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । କରୋନାକୁ ପ୍ରତିହତ କରିବାପାଇଁ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ପଡୁଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛନ୍ତି । ସେହିପରି ଲକ୍ ଡାଉନ୍ ପରେ ପ୍ରଶାସନିକ କାର‌୍ୟ୍ୟକୁ କିପରି ଶୃଙ୍ଖଳିତ ଓ ଦକ୍ଷତାର ସହିତ ଆଗେଇ ନେଇ ହେବ ସେଥିପାଇଁ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏକ କମିଟି ଗଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କମିଟିର ରୂପରେଖ ନିର୍ଣ୍ଣୟ କରିବେ । ସମସ୍ତ ବିଭାଗୀୟ ଅଧିକାରୀମାନେ ଲକ୍ ଡାଉନ୍ ପରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ କିପରି କାର‌୍ୟ୍ୟଧାରା ପ୍ରସ୍ତୁତ କରିବେ ତାର ବିବରଣୀ କମିଟି ସମ୍ମୁଖରେ ରଖିବେ । ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ କମିଟିର ସୁପାରିଶ୍ କାର‌୍ୟ୍ୟକାରୀ ହେବ ବୋଲି କୁହାଯାଇଛି ସରପଞ୍ଚ ମାନଙ୍କ ଦ୍ବିତୀୟ ପର‌୍ୟ୍ୟାୟ ବୈଠକରେ ଜିଲ୍ଲାପାଳ ଗ଼଼ଞ୍ଜାମରେ କରୋନାପାଇଁ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି । ଜିଲ୍ଲାରେ ଗୋଟିଏ ବି ଆକ୍ରାନ୍ତ ଦୃଷ୍ଟି ଗୋଚର ହେଲେ ସାଧାରଣ ଲୋକଙ୍କୁ କିପରି ଦୁର୍ଦ୍ଦଶା ଭୋଗିବାକୁ ହୁଏ ତାହାମଧ୍ୟ ଜିଲ୍ଲାପାଳ ସୂଚାଇ ଦେଇଛନ୍ତି । ବେସାହାରା ମାନଙ୍କ ପାଇଁ ସରକାରଙ୍କ ରନ୍ଧାଖାଦ୍ୟକୁ ଜଗନ୍ନାଥଙ୍କ ମହାପ୍ରସାଦ ବୋଲି ଜିଲ୍ଲାପାଳ ବର୍ଣ୍ଣନା କରିଥିଲେ । ଏହାର ଦୁରୂପଯୋଗ ହେଲେ ଧର୍ମଦ୍ରୋହୀ ହେବାକୁ ପଡିବ । ସେହିପରି କୌଣସି ବାହାର ଲୋକ ଜିଲ୍ଲାରେ ମାସ୍କ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କଲେ ତାଙ୍କୁ ନିବୃତ ରଖିବା ପାଇଁ ସରପଞ୍ଚମାନେ ଅଧିକ ଯତ୍ନବାନ ହେବାକୁ ଜିଲ୍ଲାପାଳ କହିଛନ୍ତି । ପଞ୍ଚାୟତରେ କେହି ଯେପରି ଭୋକିଲା ରହୁନାହାନ୍ତି ତାର ସାର୍ଟିଫିକେଟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୁଗ୍ମ ଦସ୍ତଖତରେ ପ୍ରଶାସନକୁ ପ୍ରଦାନ କରିବେ । କୌଣସି ସାମାଜିକ କାର‌୍ୟ୍ୟକ୍ରମ କରି ଗହଳି କଲେ ତାଙ୍କ ବିରୁଦ୍ଧରେ ପୋଲିସ୍ ଏଫ.ଆଇ.ଆର୍. ହେବ । ଭତ୍ତା ବଣ୍ଟନରେ କିଛିବି ଦୂନ୍ନିତି ହେଲେ ସଂପୃକ୍ତ କର୍ମଚାରୀଙ୍କୁ ସିଧା ହାଜତରେ ପୁରାଇ ଦିଆଯିବ ବୋଲି ଜିଲ୍ଲାପାଳ ଦୃଢୋକ୍ତି ପ୍ରକାଶ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ