ଟ୍ବିନ୍ ସିଟିରେ ଚାଲିବ ୧୦୦ ଓଲା କ୍ୟାବ୍
ଭୁବନେଶ୍ବର: କୋରୋନା ଚେନ୍ ଭାଙ୍ଗିବା ପାଇଁ ଦେଶ ତଥା ରାଜ୍ୟରେ ଲାଗୁ ହୋଇଛି ୨୧ ଦିନିଆ ଲକ୍ଡାଉନ୍। ଏହି ଲକ୍ଡାଉନ୍ ଅବଧି ଏପ୍ରିଲ୍ ୧୪ ତାରିଖରେ ଶେଷ ହେବାକୁ ଥିବା ବେଳେ ପୁଣି ଥରେ ରାଜ୍ୟ ସରକାର ଏହାକୁ ୩୦ ଏପ୍ରିଲ୍ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଲକ୍ଡାଉନ୍ ପରିପ୍ରେକ୍ଷୀରେ ସମସ୍ତ ଟ୍ରେନ୍, ବସ୍ ସମେତ ଗାଡ଼ିଚଳାଚଳ ବନ୍ଦ ରହିଛି। ତେବେ ଲୋକମାନଙ୍କ ସୁବିଧା ପାଇଁ ଟ୍ବିନ୍ ସିଟିରେ ଓଲା କ୍ୟାବ୍ ଚଳାଚଳ ପାଇଁ ଅନୁମତି ଦେଇଛି କମିଶନରେଟ୍ ପୋଲିସ୍। ଭୁବନେଶ୍ବର ଓ କଟକ ସହରରେ ୧୦୦ ଓଲା କ୍ୟାବ୍ ଚଳାଚଳ କରିପାରିବ। ସ୍ବାସ୍ଥ୍ୟ ସେବା ଭଳି ଜରୁରିକାଳୀନ ସେବାରେ ଏହି ଗାଡ଼ି ନିୟୋଜିତ ହେବ ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ ୧୦୦ ଓଲା କ୍ୟାବ୍କୁ ଟ୍ବିନ୍ ସିଟିରେ ଚଳାଚଳ ଲାଗି ଏହି ପାସ୍ ଦିଆଯାଇଛି। ତେବେ କେବଳ ରୋଗୀଙ୍କୁ ସେମାନଙ୍କ ଘରୁ ଡାକ୍ତରଖାନା ନେବା ଆଣିବାରେ ଏହି ଗାଡ଼ି ନିୟୋଜିତ ରହିବ। ଗାଡ଼ିରେ ଡ୍ରାଇଭରଙ୍କ ସମେତ ୩ ଜଣ ମେଡିକାଲ୍ ଯାଇପାରିବେ ବୋଲି ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ସମସ୍ତ ଗାଡିକୁ ପୋଲିସ୍ କଣ୍ଟ୍ରୋଲରୁମ୍ ଟ୍ରାକିଂ କରିବ।


