ନେପାଳରେ ୩ ଭାରତୀୟ କୋରୋନା ସଂକ୍ରମିତ
ବିରଗୁଞ୍ଜ: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କୋରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍ରେ ଟେଷ୍ଟ କରାଯିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି। ଏହାପରେ ଏମାନଙ୍କର ନମୂନା କାଠମାଣ୍ଡୁରେ ଥିବା ନ୍ୟାଶନାଲ ହେଲଥ୍ ଲ୍ୟାବକୁ ପଠାଯାଇଥିଲା। ସେଠାରୁ ମଧ୍ୟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତ ୩ ଭାରତୀୟ କୋରୋନାରେ ପୀଡ଼ିତ ଥିବା ସ୍ପଷ୍ଟ ହୋଇଛି।


