ପାରଳାରେ ଲକ୍ଡାଉନ୍ ଉଲଂଘନ ୩୨ ଜଣଙ୍କୁ ପୋଲିସ ଗିରଫ କରି କ୍ୱାରାଣ୍ଟାଇନ୍କୁ ପଠାଇଲେ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ପୋଲିସ ବ୍ୟବସ୍ଥା ଅତ୍ୟନ୍ତ କଡାକଡି ହୋଇଛି । ପ୍ରଶାସନ ଓ ପୋଲିସର ବାରମ୍ବାର ଅନୁରୋଧ ସତ୍ୱେ ଲକ୍ଡାଉନ୍ ଆଇନକୁ ଉଲଂଘନ କରିବା ଅଭିଯୋଗରେ ୩୨ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଆଜି କ୍ୱାରାଣ୍ଟାଇନ୍ରେ ରଖିବା ପାଇଁ ପଠାଇ ଦିଆଯାଇଛି । ଗଜପତି ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପାରଳାଖେମୁଣ୍ଡି ଆଇଆଇସି ବିବେକା ନନ୍ଦ ସ୍ୱାଇଁଙ୍କ ମେତୃତ୍ୱରେ ପୋଲିସ ଦଳ ପାରଳା ସହରର ବିଭିନ୍ନ ଅଞ୍ଚଳରେ ଲକ୍ଡାଉନ୍ ଆଇନକୁ ଉଲଂଘନ କରି ବିନା କାରଣରେ ପୃଥକ ପୃଥକ ଭାବେ ବାହାରେ ବୁଲୁଥିବା ବେଳେ ୩୨ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ପାରଳା ଥାନାରେ କେସ୍ ନଂ ୭୮/୨୦ରେ ମକଦ୍ଦମା ରୁଜୁ କରାଯାଇ ୩୨ଜଣଙ୍କୁ କ୍ୱାରାଣ୍ଟାଇନ୍ରେ ରଖିବା ପାଇଁ ପଠାଇ ଦିଆଯାଇଥିବା ସୁଚନା ମିଳିଛି ।


