ୟୁପି ଚାଷୀଙ୍କୁ ନକଲ କରୁଛି ଆମେରିକା

ନୂଆଦିଲ୍ଲୀ, (ଏଜେନ୍ସି): ଚାଷ ଓ ଚାଷୀ ଉପରେ ନଜର ରଖୁଥିବା ସଂସ୍ଥା ‘ଇଣ୍ଟରନ୍ୟାସ୍ଡ଼ାଲ୍ ଫୁଡ଼୍ ପଲିସି ରିସର୍ଚ ଇନ୍ଷ୍ଟିଚ୍ୟୁଟ୍’ ୟୁପିରେ ଉନ୍ନତ ଢ଼ଙ୍ଗରେ ହେଉଥିବା ଚାଷ ସମ୍ବନ୍ଧରେ ଅଧ୍ୟୟନ କରୁଛି । ପ୍ରକାଶ ଯେ ଏପରି ପ୍ରଥମ ଥର ହୋଇଛି, ଯେତେବେଳେ ଆମେରିକୀୟ ସଂସ୍ଥା ‘ଦି ମିଲିୟନ୍ ଫର୍ମସ୍ ସ୍କୁଲରେ ଏଗ୍ରୀକଲ୍ଚର ମଡ଼୍ୟୁଲ’ ମାଧ୍ୟମରେ ଚାଷୀ, ଫସଲ ଓ ଏହାର ଉତ୍ପାଦନରେ ପ୍ରୟୋଗ କରାଯାଇଥିବା ଟେକ୍ନିକ୍କୁ ବୁଝୁଛନ୍ତି । କୃଷି ବିଭାଗ ଅନୁସାରେ ଆସନ୍ତା କିଛି ବର୍ଷ ମଧ୍ୟରେ ଆମେରିକୀୟ ସଂସ୍ଥାର ଅଧ୍ୟୟନରେ ଯାହା କିଛି ପରାମର୍ଶ ଆସିବ, ତାହାକୁ କେବଳ ୟୁପି ନୁହେଁ ବରଂ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ଲାଗୁ କରାଯିବ । କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ଉନ୍ନତ ଚାଷ ପାଇଁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା ଯୋଜନା ଦି ମିଲିୟନ୍ ଫର୍ମସ ସ୍କୁଲକୁ ବିଶ୍ୱର ବଡ଼ ପ୍ଲାଟ୍ଫର୍ମରେ ପରିଚୟ ମିଳୁଛି । ଏହି ସ୍କୁଲ୍ ମାଧ୍ୟମରେ ଚାଷୀଙ୍କ ମଧ୍ୟରେ କୃଷି ବିଭାଗର ଅଧିକାରୀ ଓ ବୈଜ୍ଞାନିକ ଯାଇଥାନ୍ତି । ଯାହାକି ସେମାନଙ୍କୁ ବୈକଳ୍ପିକ ଚାଷ ଠାରୁ ଆରମ୍ଭ କରି ନୂଆ ଟେକ୍ନୋଲୋଜି ମାଧ୍ୟମରେ ହେଉଥିବା କ୍ଷତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ଦେଇଥାଏ । କୃଷି ମନ୍ତ୍ରୀଙ୍କ ଅନୁସାରେ ଏଯାବତ୍ ଦି ମିଲିୟନ୍ ଫର୍ମସ ସ୍କୁଲ ମାଧ୍ୟମରେ ୩୦ଲକ୍ଷ ଚାଷୀଙ୍କୁ ଏହି ପ୍ରକାରରେ ତାଲିମ ଦିଆଯାଇଛି । ୟୁପିରେ ଗତ ଦୁଇ ବର୍ଷ ଧରି ଚାଷୀ ପାଠଶାଳା ମାଧ୍ୟମରେ ପ୍ରଦେଶର ୩୦ଲକ୍ଷ ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଟ୍ରେଣ୍ଡ କରାଯାଇଛି । କୃଷି ବିଭାଗର ଅଧ୍ୟୟନ ଅନୁସାରେ ଏହି ସ୍କୁଲ ମିଳିଥିବା ସୂଚନା ପରେ ହିଁ ଚାଷୀ ଗତ ବର୍ଷ ୨୩ଲକ୍ଷ ଟନ୍ ଅଧିକ ଖରିଫ୍ ଫସଲର ସୃଷ୍ଟି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ