ପାରାଦ୍ୱୀପ ବନ୍ଦର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ.ଆମ୍ବେଦକରଙ୍କ ୧୨୯ତମ ଜୟନ୍ତୀ ପାଳିତ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ.ଭୀମ ରାଓ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଜୟନ୍ତ୍ରୀ ମଙ୍ଗଳବାର ଦିନ ପାରାଦ୍ୱୀପ ବନ୍ଦର ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ପାରାଦ୍ୱୀପ ବନ୍ଦର ପ୍ରଶାସନିକ ଭବନ ପରିସରରେ ବାବା ସାହେବ ଙ୍କ ଫଟୋ ଚିତ୍ରରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ଉପାଧ୍ୟକ୍ଷ ଏ.କେ ବୋଷ ଙ୍କ ସମେତ ବିଭାଗୀୟ ମୁଖ୍ୟ, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସାମାଜିକ ଦ୍ୱରତ୍ୱ ରକ୍ଷା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।