ଜମି ମାଫିଆଙ୍କ ଦୌରାତ୍ମ୍ୟ କାଣ୍ଡ

ବାଲେଶ୍ୱର(ଯୁଗାଦ୍ଧ ନ୍ୟୁଜ୍) ,: ରେମୁଣା ଗୋଲେଇଠାରେ ଏକ ଏକର ୭୦ ଡିସମିଲ୍ ଜାଗାକୁ ନେଇ ଦୀର୍ଘଦିନ ଧରି ସୁପ୍ରିମ୍ କୋର୍ଟରେ କେସ୍ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଓ ମହେନ୍ଦ୍ର କୁମାର ପଢ଼ିଆର ମଧ୍ୟରେ ଚାଲୁ ରହିଅଛି । ଅଦ୍ୟାବଧି ସୁପ୍ରିମ୍କୋର୍ଟ ଅଧିନସ୍ଥ କେସ୍ର କୌଣସି ଫଳାଫଳ ଜମି ବାବଦରେ ପ୍ରକାଶିତ ହୋଇନାହିଁ । କିନ୍ତୁ ଆଜକୁ କିଛିଦିନ ହେବ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଢ଼ିଆରୀ କିଛି ଅସାମାଜିକ ଯୁବକଙ୍କ ସହାୟ ନେଇ ଜମି ଜବରଦଖଲ ପାଇଁ ଚେଷ୍ଟା ଚଲାଇଛନ୍ତି । ଏତାଦୃଶ ଘଟଣାର ପରିଦର୍ଶନ କରି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ପୂର୍ବେ ଅସାମାଜିକ ଯୁବକ ପପୁ ଲେଙ୍କା, ସମସା, ରାଜେଶ ଭେପଡ଼ ନାମରେ ସ୍ଥାନରେ ଇଣ୍ଡଷ୍ଟ୍ରିଆଲ୍ ଥାନାରେ ଏତଲା ଦିଆଯାଇଅଛି । ଏତାଦୃଶ କେସ୍ ୧୩-୦୮-୨୦୦୭ ଏବଂ ୨୨-୦୮-୨୦୧୭ରେ ଇଣ୍ଡଷ୍ଟ୍ରିଆଲ୍ ଥାନା, ଗୋଲେଇରେ ପପୁ ଲେଙ୍କା ନାମରେ ଦିଆଯାଇଅଛି । ତେଣୁ ସୁପ୍ରିମ୍ କୋର୍ଟ ଅଧିନସ୍ଥ କେସ୍ ବିରୁଦ୍ଧରେ ଜମି ମାଫିଆ ଦୌରାତ୍ମ୍ୟରେ ପ୍ରଶାସନର ହସ୍ତକ୍ଷେପ ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ