ଲକ୍‌ଡାଉନ୍‌ ବୃଦ୍ଧି ପରେ ଘୁଞ୍ଚିଲା ଓଜେଇଇ ପରୀକ୍ଷା

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହରେ ହେବାକୁ ଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଥିବାରୁ ମେ’ ପ୍ରଥମ ସପ୍ତାହରେ ଓଜେଇଇ କରିବା ସମ୍ଭବ ନୁହେଁ। ଏ ନେଇ ପରବର୍ତ୍ତୀ ନିଷ୍ପତ୍ତି ଲକ୍‌ଡାଉନ୍‌ ସମାପ୍ତ ହେବା ପରେ ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଟେକ୍‌,ଏମ୍‌ଟେକ୍‌ ବିଫାର୍ମା, ଏମ୍‌ଫାର୍ମା, ଏମ୍‌ବିଏ, ଏମ୍‌ସିଏ,ଏମ୍‌ଆର୍କିଟେକଚର, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପାଇଁ ମେ’ ପ୍ରଥମ ସପ୍ତାହରେ ପରୀକ୍ଷା ହୋଇଥାନ୍ତା। ତେବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ତେବେ ପରୀକ୍ଷା କେବେ ହେବ ସେ ନେଇ ଜଣାପଡ଼ି ନ ଥିବା ବେଳେ ପରୀକ୍ଷାର୍ଥୀଙ୍କୁ ଏ ବାବଦରେ ପରେ ସୂଚନା ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି। ଓଜେଇଇର ନୂଆ ତାରିଖ ଏବଂ ଅନଲାଇନ୍ ଆବେଦନ ଦାଖଲ ଏବଂ ଆଡମିଟ୍ କାର୍ଡ ଡାଉନ୍‌ଲୋଡ୍ ଆଦି ବିଷୟରେ ପରେ ଜଣାଇ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ