କଳା ସଂଗଠକ ନିରଞ୍ଜନ ପଣ୍ଡାଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

ଧାମନଗର (ଓ୍ବାଇଏନଏସ): ଭଦ୍ରକ ଅପର୍ତିବିନ୍ଧା ସ୍ଥିତ ଏକ ଅଗ୍ରଣୀ ସଙ୍ଗୀତ ମହାବିଦ୍ୟାଳୟ “ଭଦ୍ରକ ନୃତ୍ୟ ସଙ୍ଗୀତ ପରିଷଦ”ର ସମ୍ପାଦକ ତଥା ବରିଷ୍ଠ କଳାକାର ନିରଞ୍ଜନ ପଣ୍ଡାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଅପର୍ତିବିନ୍ଧା ବାସଭବନ ଠାରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପଣ୍ଡିତ ଘନଶ୍ୟାମ ଲେଙ୍କାଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ସଭା ଓ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ଗୁରୁ ସୁବାସ ଚନ୍ଦ୍ର ମଲ୍ଲିକଙ୍କ ମଞ୍ଚ ପରିଚାଳନାରେ ନାଟ୍ୟଶ୍ରୀ ନିର୍ମଳ ରାଉତ,ସୂଚନା ଲୋକସଂପର୍କ ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ନାୟକ,ଅବସର ପ୍ରାପ୍ତ କର୍ମଚାରୀ ତାପସ ନାୟକ,ସାହିତ୍ୟିକ ରମେଶ ଦାସ,ଶିଳ୍ପୀଶ୍ରୀ ଅନୁଷ୍ଠାନର ଅଧ୍ୟକ୍ଷ ମୋହିନୀ ମୋହନ ମହାପାତ୍ର,ବରିଷ୍ଠ ଆଇନୀଜୀବୀ ସନ୍ତୋଷ ଦାସ,ମ୍ୟୁଜିକ୍ ସର୍କଲର ଅଧ୍ୟକ୍ଷ ପ୍ରଭାକର ବାରିକ,ଭଦ୍ରକ ସିଡିଏମଓ ଡ.ସୁଧିର ରଞ୍ଜନ ନାୟକ,ବାଣୀକବି ଦୟାନିଧି ମିଶ୍ର,ଅନୁଷ୍ଠାନର ନୃତ୍ୟଗୁରୁ ସୁଶ୍ରୀ ସ୍ଵାଗତିକା ରାଉତ,ପୁତ୍ରବଧୂ ବିଜୟଲକ୍ଷ୍ମୀ ପଣ୍ଡା ପ୍ରମୁଖ ସ୍ଵର୍ଗତ ନିରଞ୍ଜନ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିବା ସହିତ ଅତିଥି ମାନଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।ସ୍ମୃତି ଚାରଣ ସହିତ ପ୍ରତିଷ୍ଠିତ ଶିଳ୍ପୀ ମାନଙ୍କ ଦ୍ଵାରା ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।ପ୍ରକାଶ ଥାଉକି ସ୍ଵର୍ଗତ ପଣ୍ଡାଙ୍କ ଜନ୍ମ ସ୍ଥାନ ଧାମନଗର ତହସିଲ ଅନ୍ତର୍ଗତ ଆମ୍ବିଳିଗାଁ ଠାରେ।ସେ କୃଷି ବିଭାଗରେ ଚାକିରୀ କରିଥିବା ସ୍ଥଳେ କର୍ମଭୂମୀ ଭଦ୍ରକରେ ରହି ସଙ୍ଗୀତ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଠି କରିପାରିଥିଲେ। ଶେଷରେ ସ୍ଵର୍ଗତ ପଣ୍ଡାଙ୍କ ଜ୍ୟେଷ୍ଠ ପୁତ୍ର ବିଶ୍ଵଜିତ ପଣ୍ଡା(ବାପି) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ