ନିଆଁ ଲାଗି ଗୁହାଳ ଘର ଓ ଗୋଖାଦ୍ୟ ପୋଡିଗଲା , ଲକ୍ଷାଧିକ ଟଙ୍କା ନଷ୍ଟ
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଞ୍ଜାମ ବ୍ଳକ ଅନ୍ତର୍ଗତ ଖଣ୍ଡିଦେଉଳି ପଞ୍ଚାୟତର ଝରକୁଆଁର ଗ୍ରାମର ନରସିଂହ ତ୍ରିପାଠୀ ଙ୍କ ଗୁହାଳ ଘରେ ଗତ କାଲି ବିଳମ୍ବିତ ରାତ୍ରରେ ହଟାତ ନିଆଁ ଲାଗିଯାଇଥିଲା । ନରସିଂହ ଜାଣିଲା ବେଳକୁ ଷାଠିଏ ଭାଗ ପୋଡି ଯାଇଥିବା ବେଳେ ଦମକଳ ବାହୀନ ଖବର ପାଇ ଆସିଲା ବେଳକୁ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ଗୁହାଳ ଘର ସମେତ ଗୋଖାଦ୍ୟ, ପାଳ ଗଦା ପୋଡିହୋଇଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣା ପଡିଛି । ଖବର ପାଇ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ଜଣାପଡିଛି ।


