ରାଜନୈତିକ ବ୍ୟକ୍ତି ବାଣ୍ଟୁଛନ୍ତି କରୋନା ସହାୟତା ରାଶି

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ୍ ଅଞ୍ଚଳରେ ପଡିକାର୍ଡ ହିତାଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ସରପଞ୍ଚ, ସମିତି ସଭ୍ୟ, ରାଜନୈତିକ ବ୍ୟକ୍ତି ମାନେ କରୋନା ସହାୟତା ଟଙ୍କା ବଣ୍ଟନ କରିବା ଦେଖିବାକୁ ମିଳିଛି ।ପ୍ରତ୍ୟେକ ରାଶନ କାର୍ଡ ଧାରୀଙ୍କୁ ତିନିମାସ ଚାଉଳ,ଗହମ ଓ ପରିବାର ପିଛା ତିନିକିଲୋ ଡାଲି ସମେତ ୧୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।ଏପ୍ରିଲ ୧ ରୁ ମେ ୧୫ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଏହା ପ୍ରଦାନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ।ହିତାଧିକାରୀମାନେ ସମାଜିକ ଦୁରତ୍ୱ ବଜାୟ ରଖିବା ସହ ପ୍ରତ୍ୟେକ ଗ୍ରାମକୁ ଯାଇ କର୍ମଚାରୀ ମାନେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।କିନ୍ତୁ ସରକାରଙ୍କ ନିର୍ଦ୍ଦେଶକୁ ପଞ୍ଚାୟତ ପିଇଓ ମାନେ ନ ମାନି ନିଜେ ଉପସ୍ଥିତ ନ ରହି ସରପଞ୍ଚ କିମ୍ବା ତାଙ୍କ ପ୍ରତିନିଧିମାନେ ଟଙ୍କା ବାଣ୍ଟୁଥିବାରୁ ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି ।ବେଲଗୁଣ୍ଠା ବ୍ଳକ୍ ବଡବୋରସିଂ ପଞ୍ଚାୟତର ସହାୟତା ଟଙ୍କା ବଣ୍ଟନ ସମୟରେ ପିଇଓ ଜୟରାମ ଦଳବେହେରା ଉପସ୍ଥିତ ଥିଲେ ମଧ୍ୟ ସରପଞ୍ଚ ଙ୍କ ପ୍ରତିନିଧି ଙ୍କ ଦ୍ୱାରା ବଣ୍ଟାଯାଉଥିବା ଦେଖାଯାଇଛି ।ଫଳରେ ସେ ଜଣେ ରାଜନୈତିକ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଛି ।ଏ ନେଇ ବେଲଗୁଣ୍ଠା ବ୍ଳକ୍ ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ପିଇଓ ମାନେ ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ,ସରପଞ୍ଚ କିମ୍ବା ତାଙ୍କ ପ୍ରତିନିଧିମାନେ ପାଖରେ ରହି ସହଯୋଗ କରିବେ ।ରାଜନୈତିକ ବ୍ୟକ୍ତିଙ୍କ ଦ୍ୱାରା ଟଙ୍କା ବଣ୍ଟାଯାଉଥିବା ଘଟଣା ନଜରକୁ ଆସିଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ପ୍ରକାଶ କରିଥିଲେ ।ସହାୟତା ଅର୍ଥ ବାଣ୍ଟିବା ସମୟରେ ପଞ୍ଚାୟତ ସ୍ତରୀୟ ନେତା ମାନେ ଉପସ୍ଥିତ ରହୁଥିବାରୁ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ