ନାବାଳିକାକୁ ବଳତ୍କାର , ନାବାଳକ ଅଟକ

ଯୋଡା (ସମୀର କୁମାର ଦାସ) : ବାମେବାରୀ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ନାବାଳକ ବଳତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ, ଉକ୍ତ ଗ୍ରାମର ଜଣେ ନାବାଳକ ସେହି ଗ୍ରାମର ଜଣେ ନାବାଳିକା ଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରିବା ସହିତ ନବାଳିକା ଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ପରେ ନାବାଳିକାଙ୍କ ପରିବାର ପକ୍ଷରୁ ବାମେବାରୀ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ନାବାଳକକୁ ଆଣି ଥାନାରେ ଅଟକ ରଖି ପଚରାଉଚୁରା କରିବା ସହିତ ଉଭୟଙ୍କୁ ଡାକ୍ତରୀମାଇନା ପାଇଁ ପଠାଇଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ