ପ୍ରେମ୍ଜୀଙ୍କ ବେତନରେ ୯୫% ବୃଦ୍ଧି, ସିଇଓଙ୍କୁ ୨୭କୋଟି
ମୁମ୍ବାଇ, (ଏଜେନ୍ସି): ୱପ୍ରୋରେ ଏକ୍ଜିକ୍ୟୁଟିଭ୍ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଯାଉଥିବା ଅଜୀମ୍ ପ୍ରେମ୍ଜୀଙ୍କ ବେତନ ପ୍ୟାକେଜ୍ ଚଳିତ ଆର୍ଥିକ ବର୍ଷରେ ୯୫% ବୃଦ୍ଧି ହେବା ସହିତ ୨୬୨,୦୫୪ଡଲାର(ପାଖାପାଖି ୧.୮୧କୋଟି ଟଙ୍କା)ରେ ରହିଛି । ବେଙ୍ଗାଲୁରୁ ସ୍ଥିତ ଆଇଟି କମ୍ପାନୀ ସମ୍ଭାଳିବାକୁ ଯାଉଥିବା ତାଙ୍କ ପୁଅ ରୀଶଦ ପ୍ରେମ୍ଜୀ ୨୦୧୮-୧୯ରେ ପାଖାପାଖି ୬.୮କୋଟି ଟଙ୍କାର ପ୍ୟାକେଜ୍ ଘରକୁ ନେଇଛନ୍ତି । ରୀଶଦ ପ୍ରେମ୍ଜୀଙ୍କ ବେତନରେ ଆର୍ଥିକ ବର୍ଷ ୨୦୧୮ ତୁଳନାରେ ୯.୧% ବୃଦ୍ଧି ହୋଇଛି । ୱିପ୍ରୋର ସିଇଓ ଆବିଦାଲୀ ଜେଡ଼୍ ନୀମଚବାଲାଙ୍କ ପ୍ୟାକେଜ୍ରେ ୪୧% ବୃଦ୍ଧି କରାଯାଇଛି । ତେବେ ତାଙ୍କୁ ପାଖାପାଖି ୨୭.୩କୋଟି ଟଙ୍କା ମିଳିଛି । ୱିପ୍ରୋ ପକ୍ଷରୁ ରେଗୁଲେଟରୀ ଫାଇଲିଂରେ ଏହି ସୂଚନା ପ୍ରଦାନ କରୁଛନ୍ତି । ଗତ ସପ୍ତାହରେ ୱିପ୍ରୋ ପକ୍ଷରୁ କୁହାଯାଇଥିଲା ଯେ ସଂସ୍ଥାପକ ଅଜୀମ୍ ପ୍ରେମ୍ଜୀ କମ୍ପାନୀ ଦାୟିତ୍ତ୍ୱ ପୁଅ ରୀଶଦଙ୍କ ହାତରେ ଦେଇ ଜୁଲାଇ ଶେଷ ସୁଦ୍ଧା ଅବସର ନେବେ । କମ୍ପାନୀର ୫୩ବର୍ଷ ଧରି ଅଧ୍ୟକ୍ଷତା କରିଥିବା ପ୍ରେମ୍ଜୀ ଆସନ୍ତା ମାସରେ ୭୪ବର୍ଷରେ ପଦାର୍ପଣ କରିବେ । ତେବେ ସେ କମ୍ପାନୀର ଏଗ୍ଜିକ୍ୟୁଟିଭ୍ ଅଧ୍ୟକ୍ଷ ପଦରୁ ଅବସର ନେବେ । ଫାଇଲ୍ିଂ ଅନୁସାରେ ଅଜମୀ ପେମ୍ଜୀଙ୍କ୍ୁ ୨୦୧୮-୧୯ରେ ପାଖାପାଖି ୪୩ଲକ୍ଷ ଟଙ୍କା ବେତନ ଓ ଆଲାଉନ୍ସ ଭାବେ ମିଳିଛି । ତାଙ୍କର ୯୧ଲକ୍ଷ ଭାରିଏଭଲ୍ ପେମେଣ୍ଟ ଥିଲା । ୩୮ଲକ୍ଷ ଅନ୍ୟାନ୍ୟ ପ୍ରସଙ୍ଗ ପାଇଁ ଓ ପାଖାପାଖି ୯ଲକ୍ଷ ଲଙ୍ଗଟର୍ମ କମ୍ପେନେସେସ୍ନ ମିଳିଛି ।