କେଇଆଇକୁ ସୁପର୍ବ୍ରାଣ୍ଡ୍ ଟାଇଟଲ୍
ମୁମ୍ବାଇ, (ଏଜେନ୍ସି): ଦେଶର ଅଗ୍ରଣୀ ତାର ଓ କେବୁଲ ନିର୍ମାତା କେଇଆଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼୍ କଠିନ ଅର୍ଥନୈତିକ ପରିସ୍ଥିତିରେ ମଧ୍ୟରେ ଉଦାହରଣ ସୃଷ୍ଟିକାରିଛି । କମ୍ପାନୀ ସମ୍ମାନଜନକ ସୁପରବ୍ରାଣ୍ଡ ଟାଇଟଲ ୨୦୧୯ ହାସଲ କରିଛି । ସୁପରବ୍ରାଣ୍ଡ୍ ହେଉଛି ଏକ ବିଶ୍ୱ ସ୍ତରୀୟ ସଂସ୍ଥା ଯାହା ପ୍ରତି ଦେଶର ଶ୍ରେଷ୍ଠ କମ୍ପାନୀ ଓ ବ୍ରାଣ୍ଡ୍କୁ ପ୍ରଦର୍ଶନ କରିବା ସହ ସ୍ୱୀକୃତି ପ୍ରଦାନ କରିଥାଏ । ଏହାର ଉପସ୍ଥିତି ଏବେ ୮୯ଟି ଦେଶରେ ରହିଛି । କ୍ରମାଗତ ସପ୍ତମ ଥର ପାଇଁ କମ୍ପାନୀ ଏହି ସମ୍ମାନଜନକ ମାନ୍ୟତା ହାସଲ କରିଛି । ୧୮,୦୧୩ ଗ୍ରାହକ ଏବଂ ଶିଳ୍ପ ପେସାଦାରଙ୍କ ଦ୍ୱାରା କେଇଆଇକୁ ସୁପରବ୍ରାଣ୍ଡ୍ ୨୦୧୯ ଭୋଟ୍ ପ୍ରଦାନ କରାଯାଇଛି । କେଇଆଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୨୦୧୧, ୨୦୧୨, ୨୦୧୪, ୨୦୧୫, ୨୦୧୬, ୨୦୧୭ ଏବଂ ୨୦୧୯ରେ ଏହି ସମ୍ମାନଜନକ ମାନ୍ୟତା ହାସଲ କରିଛି । ସୁପରବ୍ରାଣ୍ଡ୍ ଟାଇଟଲ୍ ବିଷୟରେ କେଇଆଇ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଅନୀଲ ଗୁପ୍ତା କହିଛନ୍ତି ଯେ, “ସପ୍ତମ ଥର ପାଇଁ ଏହି ଟାଇଟଲ ହାସଲ କରାଯାଇଛି । ଭାରତର ତାର ଓ କେବୁଲ ଶିଳ୍ପର ଅଗ୍ରଣୀ ନିର୍ମାତା ଭାବେ କମ୍ପାନୀ ନିଜର ଗ୍ରାହକ, ଯୋଗାଣକାରୀ ଏବଂ ଅଂଶୀଦାରଙ୍କ ସହ ଦୀର୍ଘସ୍ଥାୟୀ ସହଯୋଗିତାକୁ ସୁଦୃଢ଼ କରିବାକୁ ଚାହୁଁଥିବା ସେ ପ୍ରକାଶ କରିଛନ୍ତି । ତେବେ କମ୍ପାନୀ ସମ୍ପ୍ର୍ରସାରଣକୁ ନେଇ ଉତ୍ସାହିତ ରହିଛି । ସାରା ଭାରତରେ ଏହାର ୧୪୦୦ରୁ ଅଧିକ ଡିଲର ରହିଛନ୍ତି । ୨୦୧୮ ମାର୍ଚ ୩୧ରେ ତାହା ୧୨୮୪ ଥିଲା । ଏହା ତୁଳନାରେ ଡିଲର ସଂଖ୍ୟା ୯% ବଢ଼ିଛି । ଆର୍ଆଣ୍ଡଡ଼ିରେ ନିୟମିତ ନିବେଶ କରିବା ଉପରେ ମଧ୍ୟ କମ୍ପାନୀ ଗୁରୁତ୍ୱ ଦେଉଛି ।


