ପାରାଦ୍ୱୀପ କରୋନା ଯୋଦ୍ଧା ସମ୍ବର୍ଦ୍ଧିତ
ପାରାଦ୍ୱୀପ (ପୀତବାସ ପ୍ରଧାନ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ସକାଳେ ପାରାଦ୍ୱୀପ କୋରାନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ସ୍ନେହାଶିଷ ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପାରାଦ୍ୱୀପ ସଫେଇ କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧି ଯିଏ କି ପ୍ରତ୍ୟେକ୍ଷ ଭାବେ କରୋନା ଲଢେଇରେ ସାମିଲ ସେମାନକୁ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ନିର୍ବାହୀ ଅଧିକାରୀ ଦିଲ୍ଲୀପ ମହାନ୍ତି, ଆଇନଜୀବୀ ତପନ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ଆଚାର୍ଯ୍ୟ, ସଂଜୟ କୁମାର ମିଶ୍ର, ରବିନ୍ଦ୍ର କୁମାର ଜେନା ପ୍ରମୁଖ ସମ୍ବର୍ନ୍ଧିତ କରିଥିଲେ । ତନ୍ମୟ କୁମାର ଦାଶଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ଟ୍ରଷ୍ଟ ବିଭିନ୍ନ ସମୟରେ ଏହି ଭଳି ସମାଜ ମଙ୍ଗଳ କାର୍ଯ୍ୟ ରେ ସାମିଲ ହୋଇଥିବା ଜଣାପଡିଛି । ସେହିପରି ପାରାଦ୍ୱୀପ ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପାରାଦ୍ୱୀପ ର ହରିବୋଲିଆ ମଠ ନିକଟସ୍ଥ ବସ୍ତିରେ ମହାମାରୀ କରୋନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରଷ୍ଟ ପକ୍ଷରୁ ବସ୍ତିବାସିନ୍ଦାକୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ବସ୍ତି ବାସିନ୍ଦାଙ୍କୁ କରୋନା ସଚେତନତାର ବାର୍ତ୍ତା ଦେଇଥିଲେ । ଟ୍ରଷ୍ଟର ସଭାପତି ସଚିତ୍ର କୁମାର ରାଉତ, ଉପଦେଷ୍ଟା ଆଇନଜୀବୀ ସୁରେଶ କୁମାର ଦାସ, ପାରିଷଦ ମନୋଜ କୁମାର ବେହେରା, ଟ୍ରଷ୍ଟର ସଦସ୍ୟ ମନୋଜ କୁମାର ମହାପାତ୍ର, ଆଦିତ୍ୟ ରଂଜନ କୁମାର ରାଉତରାୟ, ସୁବାସ ଚନ୍ଦ୍ର ସାହୁ, ଯଦୁମଣି ସାହୁ ପ୍ରମୁଖ ଯୋଗଦେଇଥିଲେ ।