ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୨୩ତମ ଶ୍ରାଦ୍ଧଦିବସ ପାଳିତ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ମହାନ ଜନଜାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ତଥା ବିଜେଡି ର ରାଜ୍ୟ ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ସକାଳେ ଅଠରବାଙ୍କୀ ସ୍ଥିତ ବିଜୁ ଉଦ୍ୟାନ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଜୁ ବାବୁଙ୍କ ପୂର୍ଣ୍ଣ ଅବୟବ ରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ଜିରୋ ପଏଣ୍ଟ ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ରେ ନିରାଡମ୍ବର ଭାବେ ପାଳିତ ହୋଇଥିଲା । ସଂପାଦକ ରଂଜନ କୁମାର ପଲେଇ, ସଦସ୍ୟ ପ୍ରଦୀପ କୁମାର ଦଳାଇ, ଜଗନ୍ନାଥ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । କରୋନା ନିମନ୍ତେ ସାମୁହିକ କାର୍ଯ୍ୟକ୍ରମ ବାତିଲ ହୋଇଥିଲା । ସେହିପରି ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ନଗର ବିଜେଡି ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ପୌରହିତ୍ୟରେ ବିଜୁ ବାବୁଙ୍କ ପ୍ରତିମୂତ୍ତିୀରେ ମାଲ୍ୟାର୍ପଣ ହୋଇଥିଲା । ବିଜୁ ମେମୋରିଆଲ ଟ୍ରଷ୍ଟ କାର୍ଯାଳୟରେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ଦଳର କର୍ମକର୍ତ୍ତାମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହାପରେ ନେହେରୁ ବଙ୍ଗଳା ଠାରେ ମହାନଦୀ ଓ ବଙ୍ଗପସାଗର ମିଳନସ୍ଥଳରେ ତିଳ ତର୍ପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ