କୃଷ୍ଣ ସାର ମୃଗ କୁ ବଞ୍ଚେଇବାକୁ ଯାଇ ଅଟୋ ଦୁର୍ଘଟଣା,୫ ଗୁରୁତର

ଭଂଜନଗର,(ସନ୍ତୋଷ କୁମାର ଜେନା):ଗଂଜାମ ଜିଲ୍ଲା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁ ଚକ୍ର ଗ୍ରାମ ନିକଟରେ ଏକ ଅଟୋ ଦ୍ବାରା ୫ ଜଣ ଯାତ୍ରୀ ଯିବା ସମୟରେ ଏକ କୃଷ୍ଣ ସାର ମୃଗ କୁ ବଞ୍ଚେଇବାକୁ ଯାଇ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି।ସେମାନେ ହେଲେ ଏ.କରଡାବାଡି ଗ୍ରାମର ରଞ୍ଜୁତା ସ୍ବାଇଁ ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ରଙ୍ଗ ବତି ଡାକୁଆ ବିଷ୍ଣୁ ଚକ୍ର ଗ୍ରାମର ପୂର୍ଣ୍ଣ ଚରଣ ବେହେରା,ବଣପଲ୍ଲୀ ଗ୍ରାମର ଲାବଣ୍ୟ ନାୟକ ଏହିମାନେ ସରକାରୀ ତରଫରୁ ଉଜ୍ଜ୍ୱଳା ପାଇଁ ୩ ମାସର ମାଗଣା ରେ ଗ୍ୟାସ ବୁଝିବା ପାଇଁ ପାଖ ଗ୍ୟାସ ଅଫିସ ରୁ ଫେରୁଥିବା ସମୟରେ ହଠାତ୍ ଏକ ମୃଗ ରାସ୍ତା କୁ ଆସିଥିବାରୁ ଅନ୍ୟ ଉପାୟ ନପାଇ ପାଖରେ ଥିବା ବନ ବିଭାଗ ପକ୍ଷରୁ ମୃଗ ସଙ୍କେତ ବୋଡକୁ ଧକ୍କା ଦେଇ ବିଲକୁ ଖସି ପଡିଥିଲା ଫଳରେ ସମସ୍ତ ଆହାତ ଙ୍କୁ ଭଂଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ