ପଦୋନ୍ନତି ପାଇଲେ ଅତିରିକ୍ତ ତହସିଲଦାର
ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ତହସିଲର ପୂର୍ବତନ ଅତିରିକ୍ତ ତହସିଲଦାର ତଥା ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲର ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁଙ୍କର ସିନିଅର ଓଆରଏସରୁ ଓଏଏସ ଗ୍ରୁପ-ଏ(ଜେବି)କୁ ପଦୋନ୍ନତି ହୋଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ବିଜ୍ଞପ୍ତି ସଂଖ୍ୟା-୪୬୮୩୧/ତା-୧୮/୧୧/୨୦୨୬ ରିଖ ଅନୁଯାୟୀ ତାଙ୍କୁ ପଦୋନ୍ନତି ମିଳିଥିବା ସୂଚନା ମିଳିଛି। ସେ ଏବେ ମୟୁରଭଞ୍ଜ କଲେକ୍ଟରେଟରେ ଟିଆରଓ ଭାବେ ନିଯୁକ୍ତି ପାଇଛନ୍ତି। ପ୍ରକାଶ ଥାଉକି, ଶ୍ରୀମତୀ ବିନୀତାରାଣୀ କିସ୍କୁ ବନ୍ତରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିବା ସମୟରେ କରୋନାରୁ ବନ୍ତ ତହସିଲ ଅଧିନ ସମସ୍ତ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରିବା ସହିତ ଧନ ଜୀବନ ରକ୍ଷା, ଆଇନ ଶୃଙ୍ଖଳା ରକ୍ଷା ସଫଳତାର କରି ପ୍ରଂଶସାର ପାତ୍ର ହୋଇଥିଲେ।ସେତେବେଳେ ଗଣ ମାଧ୍ୟମ ପ୍ରତିନିଧି,ବିଭିନ୍ନ ସାମାଜିକ ସଂଗଠନ,ଲୋକପ୍ରତିନିଧି ଓ ସାଧାରଣ ଲୋକଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ରଖି କୋଭିଡ ସଂକ୍ରମଣରୁ ରକ୍ଷା କରିବାରେ ସଫଳ ହୋଇଥିଲେ।ତାଙ୍କର ପଦୋନ୍ନତିରେ ବନ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।


