ମାଣିତରା ମେଡିକାଲ ପକ୍ଷରୁ ସଙ୍ଗରୋଧ କେନ୍ଦ୍ର ଓ ଘରକୁ ଘର ସ୍ୱାସ୍ଥ୍ୟ ସେବା

ବୁଗୁଡା,(ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଦୁଇ ସଙ୍ଗରୋଧ କେନ୍ଦ୍ରର ୫ ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମେତ ନିଜ ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ମାଣିତରା ମେଡିକାଲର ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ଟେକିନସିଆନ କାଳୀ ପ୍ରସାଦ ସାହୁ, ଦୁଇ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ପ୍ରତିମା ସ୍ବାଇଁ ଏବଂ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶଙ୍କୁରୁ ସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ଥିବା ୩ ଜଣ ଓ ମକରାପଲ୍ଲୀ ସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ଥିବା ୨ ଜଣ କରୋନା ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥି ସହିତ ନିଜ ଘରେ ସଙ୍ଗରୋଧ ରହିଥିବା ବ୍ୟକ୍ତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିବା ଜଣାପଡିଛି। ଏହା ବ୍ୟତୀତ ଏହି ଟିମ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଆବଶ୍ୟକ ସ୍ଥଳେ ଔଷଧ ପ୍ରଦାନ କରିଥଲେ। କେବଳ ସ୍ୱାସ୍ଥ୍ୟ ପରୀକ୍ଷାରେ ସୀମିତ ନରଖି ଏହି ଟିମ ଜନସାଧାରଣଙ୍କୁ ଘରେ ରହିବା, ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସ ଦ୍ୱାରା ହାତ ସଫା କରିବା, ଆବଶ୍ୟକ ସାମଗ୍ରୀ କ୍ରୟ ସମୟରେ ସାମାଜିକ ଦୂରତା ବଜାୟ ରଖିବା, ମୁହଁରେ ମାସ୍କ କିମ୍ବା ରୁମାଲ ବାନ୍ଧିବା,ଶର୍ଦ୍ଦି ବା କାଶ ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ପରାମର୍ଶ କରିବା ପ୍ରଭୃତି ବିଷୟରେ ବୁହାଇବା ସହ ସମସ୍ତେ ସରକାରୀ ନିୟମକୁ ପାଳନ କଲେ ମହାମାରୀ କରୋନା ସଂକ୍ରମଣରୁ ନିଶ୍ଚିତ ରକ୍ଷା ପାଇବା ବୋଲି ଜନସଚେତନତା ସୃଷ୍ଟି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ