ଲକ୍‌ଡାଉନରୁ ଆଦାୟ ହେଲା ୧ କୋଟିର ଫାଇନ୍

ଚେନ୍ନାଇ : ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏହାକୁ ସମସ୍ତେ ସମର୍ଥନ କରୁଛନ୍ତି । ତେବେ ଅନେକ ବ୍ୟକ୍ତି ଲକ୍‌ଡାଉନ୍‌ର ଉଲ୍ଲଂଘନ କରୁଥିବା ବେଳେ ଏଥିପାଇଁ ଆର୍ଥିକ ଦଣ୍ଡ ପ୍ରଦାନ କରାଯାଉଛି । ତେବେ ତାମିଲନାଡୁରେ ଲକ୍‌ଡାଉନ୍‌ ସମୟରେ ୧ କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଛି । ଏହି ସମୟରେ ୧.୦୬ କୋଟି ଟଙ୍କାର ଫାଇନ୍‌ ଆଦାୟ କରାଯାଇଥିବା ବେଳେ ୧ ଲକ୍ଷ ୯୪ ହଜାର ଗାଡିକୁ ଜବତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ କରୋନାର ପ୍ରଭାବ କାରଣରୁ ଲକ୍‌ଡାଉନ୍‌କୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ