୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫା କଲେ ୭୦ ବର୍ଷୀୟ ବୃଦ୍ଧା

ଯେଉଁ ବସୁଧା ଆମକୁ ବଞ୍ଚିବାକୁ ସମସ୍ତ ଉପାଦାନ ଦେଉଛି ତାକୁ ଏବଂ ତାହାର ପରିବେଶକୁ ସୁରକ୍ଷିତ ରଖିବା ହେଉଛି ଆମର ମୌଳିକ କର୍ତ୍ତବ୍ୟ । ତା’ର ଅବହେଳା କଲେ ତାହା ଅଧିକ କାଳ ତିଷ୍ଠି ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏମିତି ପରିବେଶ ସୁରକ୍ଷା ନେଇ ଚିନ୍ତାପ୍ରକଟ କରିଛନ୍ତି ୭୦ବର୍ଷୀୟ ବୃଦ୍ଧା ପ୍ୟାଟ୍ ସ୍ମିଥ୍ । ପରିବେଶ ସୁରକ୍ଷା ପାଇଁ ସେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ବିନା କୌଣସି ସହାୟତାରେ ସେ ୧ ବର୍ଷରେ ୫୨ଟି ସମୁଦ୍ର କୂଳ ସଫାକରି ରେକର୍ଡ କରିଛନ୍ତି । ବ୍ରିଟେନର ଏହି ମହିଳା ବର୍ଜ୍ୟବସ୍ତୁ ଏଣେତେଣେ ପକାଇବାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି । ସାଧାରଣତଃ ଲୋକମାନେ କହିଥାନ୍ତି ଅଳିଆ ଆବର୍ଜନା ଦେଖି ନାକ ଟେକିଥାନ୍ତି । କିନ୍ତୁ ନିଜେ ଏଥିପାଇଁ ଦାୟୀ ବୋଲି କେବେ ଭାବି ନ ଥାନ୍ତି । ତେଣୁ ଯେବେ ମଣିଷ ପରିବେଶ ପ୍ରତି ସଚେତନ ହେବ, ସେବେ ଯାଇ ଏକ ପ୍ରଦୂଷଣମୁକ୍ତ ସହର ଗଢ଼ିଉଠିବା ସମ୍ଭବ ହେବ ବୋଲି ପ୍ୟାଟ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ