ପ୍ରବାସୀ ଶ୍ରମିକଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦେଲା ପ୍ରଶାସନ
ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପାଇଁ ବନ୍ତ ବ୍ଲକର ବହୁ ଦିନମଜୁରିଆ ଓ ପ୍ରବାସୀ ଶ୍ରମିକ ମାନେ କାମଧନ୍ଧା ନପାଇ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି । ରାଜ୍ୟ ସରକାର ଅସହାୟ ଗରିବ ଦିନମଜୁରିଆ ଓ ପ୍ରବାସୀ ଶ୍ରମିକ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ପ୍ରବାସୀ ଶ୍ରମିକ ମାନଙ୍କର ରହିବା ଓ ଖାଇବା ଠିକ୍ ଭାବେ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିପେକ୍ଷୀରେ ଶୁକ୍ରବାର ମିଶନଶକ୍ତିର ବ୍ଲକ ପ୍ରକଳ୍ପ ସଂଯୋଜକ ଚୀରଞ୍ଜୀବ୍ ଦାସ ବିଟିପୁର ପଞ୍ଚାୟତ ପରିଦର୍ଶନ କରି ସେଠାରେ ରହୁଥିବା ୨୯ ଜଣ ପ୍ରବାସୀ ଶ୍ରମିକଙ୍କର ରହିବା, ଖାଇବା ସଂପର୍କରେ ତଦାରଖ କରିଛନ୍ତି । ସେହିଭଳି ବ୍ଲକର ବିଭିନ୍ନ ପଞ୍ଚାୟତରେ ଓଡିଶା ଜୀବିକା ମିଶନର ବି.ପି.ଏମ୍ ଓ ମିଶନଶକ୍ତିର ବି.ପି.ସିଙ୍କ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ରହିବା ଓ ଖାଇବା ସଂପର୍କରେ ତଦାରଖ କରାଯାଉଥିବା ଜଣାଯାଇଛି ।


