ଜିଲ୍ଲାର ନୂଆ ପଞ୍ଚାୟତ ଘରେ ବୁଲି ଯୋଗାଇବେ ରାସନ
ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ଟି ପଞ୍ଚାୟତ ସେଥି ମଧ୍ୟ୍ୟରୁ ଏପରି ଏକ ନୂତନ ପଞ୍ଚାୟତ ଲିଲିଗଡ଼ ଏଠି ପଞ୍ଚାୟତର ସରପଞ୍ଚ ଚନ୍ଦ୍ରକୁମାର ମଳିକ, ୱାର୍ଡମେମ୍ବର ମିଳିତରେ ଏକ ଭିନ ପ୍ରୟାସ କରିଛନ୍ତି ରାଜ୍ୟରେ ସରକାର ଲୋକଡ଼ାଉନ ସମୟ ସୀମାକୁ ବଢ଼ାଇଥିବାରୁ ଲୋକେ ଯେପରି ବାହାରକୁ ବାହରିବେନି ଏଥିପାଇଁ ଏକ ରାସନ ଗୃହ କରିଛନ୍ତି ପଞ୍ଚାୟତରେ ଏବଂ ଏଥିପାଇଁ ଯୋଗାଯୋଗ ପାଇଁ ଫୋନ ନମ୍ବର ରଖାଯାଇଛି ଏଇ ନମ୍ବର କୁ କୋଲ କରି ଲୋକେ ରାସନ ସାମଗ୍ରୀ ମାଗିପରିବେ ଓ ନିଜ ଘରେ ଗାଡ଼ି ଯାଇକି ଦେବା ସୁବିଧା ରଖା ଯାଇଛି ଏବଂ ଜିନିଷ ଗୁଡିକ ବଜାର ଦରଠୁ ଆଉରି କମ ଦରରେ ଦିଆଯାଉଛି ବୋଲି କହିଛନ୍ତି ଶ୍ରୀ ମଳିକ ଏପରି କି କୌଣସି ବ୍ୟକ୍ତି ସାମାନ୍ୟ ଜର ଝାଡ଼ା ପରି ରୋଗରେ ଆକ୍ରାନ୍ତ ହେଲେ ବିନା ମୂଲ୍ୟରେ ଗାଡ଼ି ର ବ୍ୟବସ୍ଥା ମଧ୍ୟ ରଖା ଯାଇଛି ପଞ୍ଚାୟତର ୧୧ଟି ବୁଥ କୁ ଏହି ସୁବିଧା କରା ଯାଇଛି


