ପୁନାନ୍ଦ ଗ୍ରାମ ସ୍ଥିତ ୟୁଜିଏମଇ ସ୍କୁଲ ରୁ ଦେଶି ମଦ ଜବତ

ଶେରଗଡ,(ଶେରଗଡରୁ ଦେବୀ ପ୍ରସାଦ ଦାଶ):ଶେରଗଡ ବ୍ଳକ ଅନ୍ତର୍ଗତ ଗୋଠଗାଁ ଗ୍ରାମ ପଞ୍ଚାୟତର ପୁନାନ୍ଦ ଗ୍ରାମ ସ୍ଥିତ ୟୁଜିଏମଇ ସ୍କୁଲ ରୁ ଦେଶି ମଦ ଜବତ ହୋଇଅଛି ତହସିଲଦାର ଡଃ ଦୟାସିନ୍ଧୁ ପରିଡା ଓ ତାଙ୍କ ଟିମ ସୂଚନା ପାଇ ଉକ୍ତ ସ୍କୁଲରେ ଚଢାଉ କରି ୬୦ଗୋଟି ମଦ ପ୍ୟାକେଟ ଜବତ କରି ସେହି ମଦ ପ୍ୟାକେଟ ଗୁଡିକୁ ନଷ୍ଟ କରିଥିଲେ ଉକ୍ତ ଚଢାଉ ସମୟରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି ଓ ବ୍ଳକ କନିଷ୍ଟଯନ୍ତ୍ରୀ ଟି ରାଜେନ୍ଦ୍ର କୁମାର ପାତ୍ର,ଉମା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରକାଶ ଥାଉକି ଲକଡାଉନ ଯୋଗୁଁ ସ୍କୁଲ ଗୁଡିକ ବନ୍ଦ ଥିବାବେଳେ ସ୍କୁଲ ହତା ଭିତରେ ଥିବା ଶୌଚାଳୟକୁ କିପରି ଓ କେଉଁଠୁ ଦେଶୀ ମଦ ପ୍ୟାକେଟ ଆସିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଦେଖିବାକୁ ବାକି ରହିଲା କିଛିନା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚର୍ଚ୍ଚାରେ ଥିବା ବ୍କକ ଶିକ୍ଷାଅଧିକାରୀ କଣ କାର୍ଯାନୁଷ୍ଠାନ ଗ୍ରହଣ କରୁଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ