ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ: ଭଦ୍ରକରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ଜିଲା ପ୍ରଶାସନ ପକ୍ଷରୁ ଭଦ୍ରକ ଚରମ୍ପା ଓ ଏରେଇଁରୁ ରବିବାର କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଲକ୍‌ଡାଉନର କଟକଣା ଉକ୍ତ ଅଞ୍ଚଳରେ ରହିବ ବୋଲି ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭଦ୍ରକର ପ୍ରଥମ କୋରୋନା ରୋଗୀ ପୁରୁଣା ବଜାର ଅଞ୍ଚଳରୁ ଚି଼ହ୍ନଟ ହେବାପରେ ସେହି ଅଞ୍ଚଳକୁ ପ୍ରଥମେ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ପରେ ଉପରୋକ୍ତ ଦୁଇ ଅଞ୍ଚଳରେ ମଧ୍ୟ ଘୋଷଣା କରାଯାଇ କଟକଣା ଜାରି କରାଯାଇଥିଲା। ୩ ରୋଗୀ ମାନେ ସୁସ୍ଥ ହେବା ପରେ କିଛି ଦିନ ପୂର୍ବରୁ ପୁରୁଣାବଜାର ଓ ଆଜି ଅନ୍ୟ ଦୁଇ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ଉଠାଇ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ