ଆଉ ଏକ ରାଜ୍ୟ କରୋନାରୁ ହେଲା ମୁକ୍ତ

ମଣିପୁର : ମହାମାରୀ କରୋନା ଭାରତକୁ କବଳିତ କରିଥିବାବେଳେ ଭାରତର ଅନେକ ରାଜ୍ୟରେ ଏହାର ପ୍ରଭାବ ବ୍ୟାପକ ଭାବରେ ବଢି ଚାଲିଛି । କିନ୍ତୁ କରୋନାକୁ ମଧ୍ୟ ମାତ୍‌ ଦେବାରେ ରାଜ୍ୟଗୁଡିକ ସଫଳ ହେଉଛନ୍ତି। ଗୋଆ କରୋନା ମୁକ୍ତ ହେବା ପରେ ଆଜି ଆଉ ରାଜ୍ୟ କରୋନା କବଳରୁ ମୁକ୍ତ ହୋଇଥିବାର ଜଣାପଡିଛି । ସୋମବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ୍‌ ସିଂହ ରାଜ୍ୟରେ କରୋନା ଜନିତ ଗୋଟିଏ ବି ମାମଲା ନଥିବାର କହିଛନ୍ତି । ମଣିପୁରରୁ ଦୁଇଟି କରୋନା ଆକ୍ରାନ୍ତ ରହିଥିବାବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆଉ ନୂତନ କରୋନା ମାମଲା ଆସିନଥିବାରୁ ଏବେ ମଣିପୁର କରୋନାମୁକ୍ତ ହୋଇଛି।ରାଜ୍ୟରେ ଲକ୍ ଡାଉନ୍‌ ନିୟମକୁ କଡାକଡି ରୂପେ ପାଳନ କରିଥିବାରୁ ମଣିପୁର କରୋନାକୁ ମାତ୍‌ ଦେବାରେ ସକ୍ଷମ ହୋଇପାରିଛି ବୋଲି ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂହ କହିଛନ୍ତି । ଏବେବି ରାଜ୍ୟରୁ ପୂରାପରି ଲକ୍‌ ଡାଉନକୁ ହଟାଯିବାର କୌଣସି ସମ୍ଭାବନା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାଯୋଗ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ପାର୍‌ କରିଥିବାବେଳେ ମୃତ୍ୟୁସଂଖ୍ୟା ୫୪୩କୁ ବୃଦ୍ଧି ହୋଇଛି । ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦୦ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୨୩ କୁ ବୃଦ୍ଧି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ