ଘୁମୁସର ର ଛୋଟିଆ କୋଭିଡ ଯୋଦ୍ଧା

ଭଂଜନଗର,(ସନ୍ତୋଷ କୁମାର ଜେନା):ଆଜିଠୁ ଆଶିଂକ ଲକ୍ ଡାଉନୁ କୋହଳ କରିଥିବା ରୁ ଗତ କାଲି ସୁଚନା ଦେଇଛନ୍ତି ଆମ ପ୍ରିୟ ଗଂଜାମ ଜିଲ୍ଲାପାଳ,କିଛି ଲୋକେ ଜରୁରୀ କାମ ପାଇଁ ବାହାରକୁ ଜିବେ ଏଥିପାଇଁ ସାନିଟାଇଜ କରିବା ଉଦ୍ଦେଶ୍ୟ ନେଇ ଭଂଜନଗର ରାସ୍ତା କଡରେ ଆଜି ଦେଖିବାକୁ ମିଳିଛି । ହାତ ରେ ହେଣ୍ଡଉଆସ୍ ଦେବା ଠୁ ହାତକୁ ଧୋଇବା ପାଇଁ କମ୍ ପାଣି ବ୍ୟବହାର ସକାଶେ ନିଜ ଗୋଡ ସାହାର୍ଯ୍ୟ ରେ ପାଣି ସୁଇଚି୍ କୁ ଦବାଇ ପାଣି ପାଇବା ସହ ସମ୍ପୂର୍ଣ୍ଣ ଦେହକୁ ସାନିଟାଇଜ କରିବା ପ୍ରର୍ଯ୍ୟନ୍ତ ଇଲୋକଟ୍ରିନିକ୍ ସେନସର ର ସାହାର୍ଯ୍ୟ ନେଇ କୌଣସି ସ୍ଥାନ କୁ ବାରମ୍ବାର ନ ଛୁଇଁ ସମ୍ପୂର୍ଣ୍ଣ ସାନିଟାଇଜ (ସ୍ଵଛ) ବ୍ୟବସ୍ଥା ସେନସର ସାହାର୍ଯ୍ୟ ରେ ନେଇପାରିବେ ଏହି ବ୍ୟବସ୍ଥା ଏବେ ଭଂଜନଗର ରେ।ଏହି ମହାମାରି କରୋନା ଭୁତାଣୁ କୁ କିଛି ମାତ୍ରାରେ ରଖିବାକୁ ଏହି ଭଳି ପ୍ରୟାସ ଆରମ୍ଭ କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର।ଭଂଜନଗର ଛାତ୍ର ,ସୌମ୍ୟରଞ୍ଜନ ପ୍ରଧାନ ,ପିତା ସୂର୍ଯ୍ୟ ନାରାୟଣ ପ୍ରଧାନ ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ +୩ ବିଜ୍ଞାନ ଦ୍ୱିତୀୟ ବର୍ଷ ଇଲେକ୍ଟ୍ରିକାଲ ଛାତ୍ର ଏହି ମହାମାରି କରୋନା ଲେଢେଇରେ ଏହି ପ୍ରୟାସ କୁ ସୌମ୍ୟରଞ୍ଜନ ଙ୍କ ସହ ପାଠି ମାନେ ପ୍ରଶଂସା କରିବା ସହ ସ୍ଥାନୀୟ ଲୋକେ ବି ଗୋଟିଏ ଛୋଟିଆ କୋଭିଡ ଯୋଦ୍ଧା  ଙ୍କୁ ନେଇ ବେସ୍ ଖୁସି ମନେକରନ୍ତି।ସବୁଠାରୁ ବିଶେଷ କଥା ହେଲା ସେନସର ବି ୬ମିନଟ ପରେ ପାଣି ଭରିବା ବନ୍ଦ ହୋଇ ଜାଉଛି ପାଣି ନଷ୍ଟ ନ ହେବାପାଇଁ ବେସ୍ ଗୁରୁତ୍ୱ ଦିଆଜାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ