ରାପିଡ୍‌ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ: ବ୍ୟବହାର ନକରିବା ପାଇଁ ରାଜ୍ୟମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଚୀନ୍‌ରୁ ଆସିଥିବା ରାପିଡ୍‌ ଟେଷ୍ଟ କିଟ୍‌ ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାକୁ ବ୍ୟବହାର କରିବା ପାଇଁ ମନା କରିଛି ଆଇଏମ୍‌ସିଆର୍‌ । ପ୍ରଥମେ ରାଜସ୍ଥାନ ଏବଂ କୋଲକାତାରୁ ରାପିଡ୍‌ ଟେଷ୍ଟ କିଟ୍‌ର ବିଫଳତା ସମ୍ମୁଖକୁ ଆସିଥିଲା । ଏହି କିଟ୍‌ରେ ପଜିଟିଭ୍‌ ରୋଗୀମାନଙ୍କର ରିପୋର୍ଟ ନେଗେଟିଭ୍‌ ଦେଖାଉଥିଲା । ଏହି ଅଭିଯୋଗ ଆସିବା ପରେ ଆସନ୍ତା ଦୁଇ ଦିନ ପାଇଁ ରାପିଡ୍‌ ଟେଷ୍ଟିଂ କିଟ୍‌ ବ୍ୟବହାର ନକରିବା ପାଇଁ ଆଇଏମ୍‌ସିଆର୍‌ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ