ଉପଜିଲ୍ଲାପାଳ ଙ୍କ ଲକଡାଉନ ସ୍ଥିତି ସମୀକ୍ଷା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଭଞ୍ଜ ନଗର ଠାରେ ଲକ ଡାଉନ ସ୍ଥିତି ସମୀକ୍ଷା କରିଛନ୍ତି | ଭଞ୍ଜନଗର ଉପଜିଲ୍ଲାପାଳ ଦ୍ୱାରା ସ୍ଥାନୀୟ କୁଲାଡ଼ ରୋଡ, ବେଲଗୁଣ୍ଠା ରୋଡ ଏବଂ ତନରଡା ଛକ ଠାରେ ଚେକିଙ୍ଗ ଜୋରଦାର କରିଛନ୍ତି | ମୁଖ୍ୟତଃ ମାସ୍କ , ହେଲମେଟ ପିନ୍ଧି ନଥିବା ଏବଂ ବାଇକ ରେ ଦୁଇ ଜଣ ବସିଥିବା ଲୋକଙ୍କ ଠାରୁ ମୋଟ ୧୬ ହଜାର ୨ ସହ ଟଙ୍କା ଜୋରିମାନା ଆଦାୟ କରାଯାଇଛି | ସେହିପରି ବେଲଗୁଣ୍ଠା ରୋଡ ସ୍ଥିତ ଝାଙ୍କରାଇ ରାମଚଣ୍ଡୀ ମନ୍ଦିର ର ପୂଜକ କୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଥାନାରେ ଅଟକ ରଖାଯାଇଛି | ପୂଜକ ଲକ ଡାଉନ ନ ମାନି ଭକ୍ତ ମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରିବାକୁ ଅନୁମତି ଦେବା ସହିତ ସେମାନଙ୍କ ପାଇଁ ପୂଜାର୍ଚ୍ଚନା କରୁଥିଲେ |ଏହି ଚଢାଉ ରେ ଉପଜିଲ୍ଲାପାଳ ଙ୍କ ସହ ଉପଖଂଡ ପଂଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଦାନ ମଧ୍ୟ ସାମିଲ ଥିଲେ |