ହୋଲୋଗ୍ରାମ୍ ପ୍ରାଣୀ

ସର୍କସର ଆକର୍ଷଣ ଥାଏ ହାତୀ, ଘୋଡା, ବାଘ, ମାଙ୍କଡ ଭଳି ପ୍ରାଣୀଙ୍କ ଆଶ୍ଚର୍ଯ୍ୟଜନକ ଖେଳ । ପିଲାଠୁ ବୁଢା ସମସ୍ତେ ଏହାକୁ ଦେଖି ଆନନ୍ଦ ଉଠାନ୍ତି । ଏହିସବୁ ପ୍ରାଣୀଙ୍କୁ ବାଦ୍ ଦେଲେ ସର୍କସର ମାନେ କିଛି ରହେନା ବୋଲି ଅନେକେ ଭାବନ୍ତି । କିନ୍ତୁ ଜର୍ମାନୀର ସର୍କସ ରୋନକାଲି ଏବେ କରିଛି ଏକ ଅଭିନବ ପ୍ରୟାସ । ୧୯୭୬ ମସିହାର ଏହି ପୁରୁଣା ସର୍କସ ପାର୍ଟି ସର୍କସରେ ହେଉଥିବା ପ୍ରାଣୀଙ୍କ ଉପରେ ଅତ୍ୟାଚାର ରୋକିବା ଲାଗି ସେମାନଙ୍କ ବ୍ୟବହାରକୁ ବନ୍ଦ କରି ଦେଇଛି । ହେଲେ ଦର୍ଶକଙ୍କ ମନୋରଞ୍ଜନ ଯେମିତି କମି ନ ଯାଏ ସେଥିପାଇଁ ଆପଣେଇଛି ଆଧୁନିକ ଟେକ୍ନୋଲୋଜି “ହୋଲୋଗ୍ରାମ’ । ଏହାଦ୍ୱାରା ଲୋକେ ବିଭିନ୍ନ ପ୍ରାଣୀଙ୍କ ଖେଳ ଦେଖିପାରିବେ । ହେଲେ ସେହି ପ୍ରାଣୀମାନେ ସତସତିକା ହୋଇ ନ ଥାଆନ୍ତି । ବରଂ ସେଗୁଡିକ ହୋଲୋଗ୍ରାମ ବା ଥ୍ରୀଡି ଇମେଜ ଯାହାକୁ ଖାଲିଆଖିରେ ଦେଖିହୁଏ । ପ୍ରୋଜେକ୍ଟରରୁ ଥ୍ରୀଡି ହୋଲୋଗ୍ରାଫିକ ଚିତ୍ର ୧୦୫ ଫୁଟ ଓସାର ଓ ୧୬ ଫୁଟ ଗଭୀରତାରେ ବସିଥିବା ସମସ୍ତ ଦର୍ଶକଙ୍କୁ ଯେପରି ୩୬୦ଂର ଭିଜିବିଲିଟି ମିଳିବ ବ୍ୟବସ୍ଥା କରାଯାଇଛି । ଏହି ଚିତ୍ରଗୁଡିକ ବେଶ୍ ବାସ୍ତବ ଲାଗେ । ଆଉ ଦର୍ଶକ ଏହାକୁ ବହୁତ ପସନ୍ଦ ବି କରୁଛନ୍ତି । ତାଙ୍କୁ ଏକ ଯାଦୁକରୀ ଦୁନିଆରେ ଥିବାର ଅନୁଭୂତି ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ