ସୌନ୍ଦର୍ଯ୍ୟ ହରାଉଛି କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ରାଜ୍ୟ ସରକାରଙ୍କ ବଡ଼ ହସ୍ପିଟାଲ ହେଉଛି କ୍ୟାପିଟାଲ ହସ୍ପିଟାଲ । ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଏଠାକୁ ଆସନ୍ତି । ଏବେ ହସ୍ପିଟାଲ ପରିସରରେ ରୋଗୀ ଓ ସମ୍ପର୍କୀୟମାନେ ଏମିତି ପରିବେଶର ଚିତ୍ର ତିଆରି କରୁଛନ୍ତି ଯାହା ଦେଖିବାକୁ ମିଳୁଛି । ଇଏ ହସ୍ପିଟାଲ ନା ଧୋବା ତୁଠ ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ରୋଗୀଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ପରିସରରେ ମନ ଇଚ୍ଛା ଏଣେ ତେଣେ ନିଜର ମଳ, ମୂତ୍ର, ଲୁଗାକୁ ଧୋଇ ଶୁଖାଇବା ପାଇଁ ପଛାଉନାହାଁନ୍ତି । ଯାହାକୁ ଯେଉଁଠି ଭଲ ଲାଗିଲା ସେଇଠି ଓଦା ଲୁଗାକୁ ଶୁଖାଇଲା । ୱାର୍ଡ଼କୁ ଯିବା ପାଇଁ ଦୁଇପାଶ୍ୱର୍ରେ ଲଗାଯାଇଥିବା ଷ୍ଟିଲ୍ ଗୁଡ଼ିକୁ ଓଦାଲୁଗା ବାଜି ନଷ୍ଟ ହେବାକୁ ଲାଗିଲାଣି । ଦ୍ୱିତୀୟରେ ଶୁଖାଯାଇଥିବା ଓଦା ଲୁଗା ଗୁଡ଼ିକରୁ ଏମିତି ଆଇଁଷିଣିଆ ଗନ୍ଧ ବାହାରୁଛି ପେଟରୁ ଭାତ ବାହାରିଯିବ ଯାହାକି ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସୁଧୁରୁନି ସ୍ୱଚ୍ଛତା । ଯାହା କାୟାକଳ୍ପରୁ ପ୍ରମାଣିତ । ହସ୍ପିଟାଲର ସ୍ୱଚ୍ଛତା ଏବଂ ଭଲ ମନ୍ଦ ନିରୀକ୍ଷଣ ପାଇଁ କର୍ମ·ରୀ ନିଯୁକ୍ତି ହୋଇଛନ୍ତି । ତେବେ ପ୍ରଶ୍ନ ଉଠେ ଏଭଳି ଅବ୍ୟବସ୍ଥା କ’ଣ ପାଇଁ? ଯଦ୍ୱାରା ହସ୍ପିଟାଲର ମାନ ଓ ସୌନ୍ଦର୍ଯ୍ୟ ହରାଇବା ସହ ପୁର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ରୋଗୀ ଓ ରୋଗୀମାନଙ୍କ ସମ୍ପର୍କୀୟଙ୍କ ଓଦା ଲୁଗା ଶୁଖାଇବା ପାଇଁ ସ୍ଥାନ ନିରୂପଣ ବ୍ୟବସ୍ଥା ସହ ସେମାନଙ୍କୁ ତାଗିଦ କରାଯାଉ ବୋଲି ସାମାଜିକ କର୍ମୀ ସୁଶାନ୍ତ ସାହୁ, ହସ୍ପିଟାଲର ନିର୍ଦ୍ଦେଶକ ଓ ଅଧିକ୍ଷକଙ୍କ ନିକଟରେ ପ୍ରେସ୍ ବିବୃତିରେ ଦାବି କରିଛନ୍ତି ।
ସୁଶାନ୍ତ କୁମାର ସାହୁ
ମୋ : ୮୭୬୩୨୧୧୨୨୩

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ