ଦେୱାନୀ ଓ ଫୌଜଦାରୀ ଅଦାଲତ ଚଳିତ ମାସ ୨୩ ରେ ଉଦଘାଟନ ,ନୂତନ ନ୍ୟାୟଳୟ ପରିଦର୍ଶନ କଲେ ଜିଲ୍ଲା ଜଜ୍ ଓ ଜିଲ୍ଲାପାଳ ,

ହିଂଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ମାସ ୨୩ ତାରିଖରେ ଉଦଘାଟନ ହେବାକୁ ଥିବା ହିଂଜିଳିକାଟୁ ଦେୱାନୀ ଓ ଫୌଜଦାରୀ ଅଦାଲତ କୋଠାକୁ ଗଂଜାମ ଜିଲ୍ଲା ଦୌରାଜଜ୍ ବିଭୂପ୍ରସାଦ ରାଉତରାୟ ଓ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଦର୍ଶନ କରିଛନ୍ତି । ହିଂଜିଳିକାଟୁ ପୌରାଂଚଳ ନୂଆଁଗଡ଼ ନିକଟରେ ୩ କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରରେ ବୃକ୍ଷରୋପଣ କରିବା ପାଇଁ ଜିଲ୍ଲାପାଳ କୁଳାଙ୍ଗେ ପରାମର୍ଶ ଦେଇଥିଲେ । ଏତଦ୍ବ୍ୟତିତ ଅଦାଲତ ପରିସର ବୁଲି ଦେଖିଥିଲେ । ଜିଲ୍ଲା ଜଜ୍ ଓ ଜିଲ୍ଲାପାଳ ଗ୍ରସ୍ତ ସମୟରେ ହିଂଜିଳିକାଟୁ ଜେଏମଏଫସି ନ୍ୟାୟଳୟର ବିଚାରପତି ଶ୍ରୀଦୀପ ମିଶ୍ର, ଜିଲ୍ଲା କୋର୍ଟ ରେଜିଷ୍ଟାର ଅମିତସ୍ୱରୁପ କୁମାର ସେଠା, ପୁଲିସ ହାଉସିଂ ବୋର୍ଡ଼ର ଉପ ପରିଚାଳକ ଗୌରହରି ପ୍ରଧାନ, ପୁଲିସ ହାଉସିଂ ବୋର୍ଡ଼ର ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ମହାନ୍ତି, ହିଂଜିଳିକାଟୁ ତହସିଲଦାର ଗୋପିନାଥ କୁଅଁର, ସ୍ଥାନୀୟ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର, ଆଇନଜୀବି ସଂଘର ସଭାପତି ଦ୍ୱୀତିକୃଷ୍ଣ ସାବତ, ରାମଚନ୍ଦ୍ର ମହାପାତ୍ର, ମୁକ୍ତିରାମ ସାବତ, ନିରଂଜନ ସାହୁ, ପ୍ରମୋଦ ଦଳାଇ, ଏପିପି ଯିଶୁରାମ ବେହେରା, ଚିତରଂଜନ ମହାରଣା, ରୁଦ୍ରପ୍ରସାଦ ମହାପାତ୍ର, ମହେନ୍ଦ୍ର ପାତ୍ର, ସ୍ଥାନୀୟ ଜେଏମଏଫସି ନ୍ୟାୟଳୟର କର୍ମକର୍ତାଙ୍କ ସମେତ ବହୁ ଆଇନଜୀବି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ