ଉପଜିଲ୍ଲାପାଳଙ୍କ ଲକଡାଉନ ସ୍ଥିତି ସମୀକ୍ଷା .. ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ…

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଆଜି ଭଞ୍ଜନଗର ସହରରେ ଲକଡାଉନ ସ୍ଥିତି ପରଖିଛନ୍ତି । ସ୍ଥାନୀୟ ଗାଈ ଫାର୍ମରେ କ୍ଷୀର ନେବା ବେଳେ ଲୋକ ସାମାଜିକ ଦୂରତା ରକ୍ଷା କରୁନ ଥିବାରୁ ଉଭୟ ଲୋକ ଏବଂ ଫାର୍ମ ପରିଚାଳକଙ୍କୁ ତାଗିଦ କରିବା ସହ, ନିଜେ ସଚେତନ ହେବା ସହ ସାମାଜିକ ଦୂରତା ରକ୍ଷା ନିମନ୍ତେ ପରାମର୍ଶ ଦେଇଥିଲେ । ସହରରେ କିପରି ଦୋକାନ ଗୁଡିକରେ ଲୋକ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ମାସ୍କ ଉଭୟ ଦୋକାନୀ ଏବଂ ଜନସାଧାରଣ ବ୍ୟବହାର କରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି। ଅତି ଆବଶ୍ୟକତା ନଥିଲେ ଲୋକ ଘରୁ ନ ବାହାରି ପାଇଁ ପରାମର୍ଶ ଦେଇଛନ୍ତି । ଆଜି ସହରରେ ଚେକିଂ ବେଳେ ଆମାନିଆ ବାଇକ ଚାଳକଙ୍କ ଠାରୁ ୯ ହଜାର ୫ ସହ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ସେହିପରି ଗତ ରାତିରେ ଜବତ ହେଇଥିବା ଚୁଡା ବୋଝେଇ ଟ୍ରକ ରୁ ୧୦ ହଜାର ଟଙ୍କା ଜୋରିମାନା ସଦୃଶ ରେଡ କ୍ରସ ପାଇଁ ସଂଗ୍ରହ କରାଯାଇଛି। ଉପ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଏହି ମହାମାରୀ କରନା ବିରୁଦ୍ଧରେ ଲଢେଇରେ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତ ଜନସାଧାରଣ ଘରେ ରହିବାପାଇଁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ