ଭାରତୀୟ ଯୁବତୀ ୧ ନମ୍ବର

୨୦୧୮ ମଧ୍ୟଭାଗରେ ବିଶ୍ୱସ୍ତରରେ ଏକ ସର୍ବେକ୍ଷଣ ହୋଇଥିଲା । ଇଉରୋପୀୟ, ଆମେରିକୀୟ, ଆଫ୍ରିକୀୟ, ଏସୀୟ ରାଷ୍ଟ୍ରର ଯୁବକ ଓ ମଧ୍ୟବୟସ୍କ ପୁରୁଷମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ବିଦେଶୀ ଯୁବକମାନେ ମଧ୍ୟ ଭାରତୀୟ ଯୁବତୀଙ୍କୁ ଜୀବନସାଥି ଭାବେ ଗ୍ରହଣ କରିବାକୁ ଉଚିତ୍ ମଣୁଛନ୍ତି । ଆମେରିକାର ଉଚ୍ଚ ପଦରେ କାର୍ଯ୍ୟରତ ୩୭ ବର୍ଷୀୟ ମାଥ୍ୟୁ ଇଡେନ୍ଙ୍କ ମତରେ ଭାରତୀୟ ପରିବାର ସଂସ୍ପର୍ଶରେ ଆସିବା ପରେ ସେ ଜଣେ ଭାରତୀୟ ଯୁବତୀଙ୍କୁ ହିଁ ବିବାହ କରିବେ । ବିଭିନ୍ନ ରାଷ୍ଟ୍ରର ଯୁବବର୍ଗଙ୍କ ମତାମତ ନିଆଯିବା ପରେ କେତେକ ତଥ୍ୟ ଏ ବାବଦରେ ଉପସ୍ଥାପନ କରାଯାଇଛି ।
– ପରିବାରର ଦାୟିତ୍ୱ ଏମାନେ ଭଲ ଭାବେ ନେଇଥାନ୍ତି । ବିଦେଶୀ ରାଇଜର ଝିଅମାନେ ଭାବନା କ’ଣ ଜାଣନ୍ତିନାହିଁ । ଏହା ସହ ବିବାହ ପରେ ସେମାନେ କୌଣସି ଦାୟିତ୍ୱକୁ ବୋଝ ବୋଲି ନାମ ଦେଇଥାନ୍ତି ।
– ବିଶ୍ୱର ଯେ କୌଣସି ପ୍ରାନ୍ତରେ ଭାରତୀୟ ଯୁବତୀମାନେ କାମ କଲେ ମଧ୍ୟ ସେମାନଙ୍କ ପରମ୍ପରାକୁ ଭୁଲିନଥାନ୍ତି । ପ୍ରତ୍ୟେକ ପର୍ବପର୍ବାଣିକୁ ଖୁବ୍ ଉତ୍ସାହର ସହ ସେମାନେ ପାଳନ କରୁଥିବାର ଦେଖାଯାଇଛି ।
– ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ରର ଯୁବତୀମାନଙ୍କ ପାଇଁ ଛାଡ଼ପତ୍ର ଏକ ସାଧାରଣ ପ୍ରସଙ୍ଗ । ହେଲେ ଭାରତୀୟ ଯୁବତୀମାନେ ପରିସ୍ଥିତି ସେଭଳି ଗୁରୁତର ନ ହେଲେ ଏ ବାବଦରେ ଚିନ୍ତା କରିବାକୁ ଉଚିତ୍ ମଣିନଥାନ୍ତି ।
– ବିଦେଶୀ ମା’ଙ୍କ ତୁଳନାରେ ଆମ ଭାରତୀୟ ମା’ମାନଙ୍କୁ ସବୁବେଳେ ଅଧିକ ଦାୟିତ୍ୱବାନ୍ ବୋଲି କୁହାଯାଇଛି । ପିଲାଙ୍କର ଯତ୍ନ ଓ ଲାଳନପାଳନ କରିବାରେ ଭାରତୀୟ ମା’ମାନେ ସବୁବେଳେ ଆଗରେ ରହିଆସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ