ଖୁବ୍‌ ଶୀଘ୍ର ଆସୁଛି ଅନୁଷ୍କା ଶର୍ମାଙ୍କ ଓ୍ବେବ୍‌ ସିରିଜ୍‌ ‘ପାତାଲ୍‌ ଲୋକ୍‌’

ନୂଆଦିଲ୍ଲୀ : ୨୦୧୮ ମସିହାରେ ଆସିଥିବା ଫିଲ୍ମ ‘ଜିରୋ’ ପରେ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବଡ ପରଦାରେ ଦେଖିବାକୁ ମିଳିନାହିଁ । ଦୀର୍ଘ ସମୟ ପରେ ଅନୁଷ୍କା ଏବେ ନିଜ ପ୍ରଡକ୍ସନ ହାଉସ୍‌ କ୍ଲିନ୍‌ ସ୍ଲେଟ୍‌ ପ୍ରଡକ୍ସନ ହାଉସ୍‌ ଦ୍ବାରା ଓ୍ବେବସିରିଜ୍‌ ‘ପାତାଲ ଲୋକ୍‌’ ଦର୍ଶକଙ୍କୁ ଭେଟି ଦେବାକୁ ଯାଉଛନ୍ତି । ଏହି ଓ୍ବେବ୍‌ ସିରିଜ୍‌ର ଟିଜର୍‌ ରିଲିଜ୍‌ ହୋଇଯାଇଛି । ଏହି ଓ୍ବେବ୍‌ସିରିଜ୍‌ ଟି ମଇ ୧୫ ତାରିଖରେ ଆମାଜନ୍‌ ପ୍ରାଇମ୍‌ରେ ଷ୍ଟ୍ରିମିଂ ହେବ ବୋଲି ଜଣାପଡିଛି । ଅନୁଷ୍କା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ପାତାଲ ଲୋକ୍‌’ର ଟିଜର୍‌କୁ ସେୟାର କରିଛନ୍ତି । ଏହି ସିରିଜ୍‌ର ଟିଜରରେ ଉତ୍କୃଷ୍ଟ ଧରଣ ଗ୍ରାଫିକ୍ସର ବ୍ୟବହାର କରାଯାଇଛି । ଏହି ଓ୍ବେବ୍‌ ସିରିଜ୍‌ଟି କ୍ରାଇମ୍‌, ଡାର୍କସାଇଡ୍‌ ଓ ଭ୍ରଷ୍ଟାଚାର ଉପରେ ଆଧାରିତ ହୋଇଛି ବୋଲି ଜଣାପଡିଛି। ଏହି ଓ୍ବେବ୍‌ ସିରିଜ୍‌ରେ ଗୁଲ୍‌ ପନାଗ୍‌, ନୀରଜ୍‌ କୋବି ଓ ଜୟ ଅହଲାବତ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ପୂର୍ବରୁ ଅନୁଷ୍କା ନିଜ ପ୍ରଡକ୍ସନ ହାଉସ ‘ଏନ୍‌ଏଚ୍‌ ୧୭’, ’ଫିଲୌରୀ, ‘ପରୀ’ ଫିଲ୍ମ ନିର୍ମାଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ